ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟ୍ ଅଭିଯୋଗ

ଆଗଲପୁର : ଆଗଲପୁର ବ୍ଲକ ହରଭଙ୍ଗା-ମୁରସୁଣ୍ଡ ରାସ୍ତାରେ ଜଣେ ଫାଇନାନ୍ସ କମ୍ପାନିର କର୍ମଚାରୀଙ୍କଠାରୁ  ଶନିବାର ଅପରାହ୍ନ ୫ଟା ସମୟରେ ୩୨ ହଜରା ୭ଶହ ଟଙ୍କା ଲୁଟ ହୋଇଥିବା ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଡୁଙ୍ଗୁରିପାଲି ସ୍ଥିତ ମାଇକ୍ରୋଫାଇନାନ୍ସ କମ୍ପାନିର କର୍ମଚାରୀ ରମେଶ ଠାକୁର କୁଟାସିଂହା, କଟାଁପାଲି ତଥା ଆଖପାଖର ବିଭିନ୍ନ ଗ୍ରାମକୁ ପ୍ରତି ସପ୍ତାହରେ ଋଣ ଅସୁଲି କରିଆସୁଥିଲେ। କର୍ମଚାରୀ ଜଣଙ୍କ ପ୍ରତି ସପ୍ତାହରେ ଋଣ ଅସୁଲି କରୁଥିବାରୁ ଲୁଟିଆମାନେ କର୍ମଚାରୀଙ୍କୁ ପିଛା କରି ନିଛାଟିଆ ସ୍ଥାନରେ ୩ ଜଣ ର୍ଦୁବୃତ ତାଙ୍କୁ ଅଟକାଇଥିଲେ। ବାଇକ ଡିକିରେ ଥିବା ଟଙ୍କା ଓ କାଗଜପତ୍ର ଛଡାଇ ନେଇ ମୁହଁ ଖୋଲିଲେ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ଏ ବିଷୟରେ ଲୋଇସିଂହା ଆଇଆଇସି ଲଲିତା ଲାକ୍ରାଙ୍କୁ ପଚାରିବାରୁ ଡକାୟତ କେସ୍ ହୋଇଛି। ତଦନ୍ତ ଚାଲିଥିବା କହିଛନ୍ତି।

Comments are closed.