ଧାନ କିଣାରେ ବାଦିମୁଣ୍ଡା ପେକ୍ସରେ ଅନିୟମିତତା ଅଭିଯୋଗ

ବଲାଙ୍ଗିର : ଚଳିତ ବର୍ଷ ବାଦିମୁଣ୍ଡା ମଣ୍ଡିରେ ଧାନ କିଣିବାରେ ବହୁତ ବିଳମ୍ବ ହୋଇଛି । ସପ୍ତାହେ ଭିତରେ ୩୫ଜଣ ଚାଷୀଙ୍କ ଟୋକେନ୍ ଅବଧି ଶେଷ ହେଇଛି । କିନ୍ତୁ କାହାର କିଛି ଚିନ୍ତା ନଥିବା ଜଣାପଡ଼ିଛି । ବାଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିମୁଣ୍ଡା ପେକ୍ସରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ।

ଚାଷୀମାନେ କହିଛନ୍ତି ଯେ ଆମେ ମାସେରୁ ଅଧିକ ଦିନ ହେଲା ଭୋକ ଉପାସରେ  ଅପେକ୍ଷା କରିଛୁ। ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ।  ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଆମେ ବିରୋଧ କରିବୁ ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ପେକ୍ସ ସଂପାଦକ ଶତ୍ରୁଘ୍ନ ଦାସ କହିଛନ୍ତି ୧୬ହଜାର ୬ଶହ କ୍ୱିଣ୍ଟାଲ ପେଡି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଚାଷୀଙ୍କ ଠାରୁ ୧୬ହଜାର ୩୮୫ କ୍ୱିଣ୍ଟାଲ ସଂଗ୍ରହ କରିଛୁ। ଜିଲା ପ୍ରଶାସନର ଉଚ୍ଚ ଅଧିକାରୀଙ୍କ ସହ ଆମର ଏକ ବୈଠକ ହୋଇଥିଲା। ପୁଣି ହଜାରେ କ୍ୱିଣ୍ଟାଲ ଧାନ  ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲୁ। ବର୍ତମାନ ସେ ଦିଗରେ ଆମେ କାମ କରୁଛି । ଯଦି ହଜାରେ କ୍ୱିଣ୍ଟାଲ ସଂଗ୍ରହ କରାଯାଏ,  ତଥାପି ମାଣ୍ଡିରେ ୨ହଜାର କ୍ୱିଣ୍ଟାଲ ଧାନ ପଡ଼ିଛି ।  ଅବଶିଷ୍ଟ ଧାନ ସଂଗ୍ରହ କରିବା ପାଇଁ କିଏ ଭୂମିକା ଗ୍ରହଣ କରୁଛି?  ଅବଶିଷ୍ଟ ୨ହଜାର କ୍ୱିଣ୍ଟାଲ ଚାଉଳ ପାଇବା କାହାର ଦାୟିତ୍ବ?

ବାଦିମୁଣ୍ଡା ପେକ୍ସରେ ୪୮୨ଜଣ ଚାଷୀ  ପଞ୍ଜୀକୃତ ହୋଇଥିଲେ  ବର୍ତମାନ ପର୍ଯ୍ୟନ୍ତ ୨୮୪ ଜଣ ଚାଷୀଙ୍କଠୁ ଧାନ ସଂଗ୍ରହ କରାଯାଇଛି । ୧୯୮ ଚାଷୀଙ୍କର ଧାନ କିଣିବା ବାକି ରହିଛି । ଆଜି ପର୍ଯ୍ୟନ୍ତ ୪୪ଚାଷୀଙ୍କ ଟୋକେନର ଅବଧି ଶେଷ ହୋଇଛି। ତେଣୁ ଅବଧି ଶେଷ ହେଇଥିଲେ ମଧ୍ୟ ଚାଷୀମାନଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ବିକଳ୍ପ କିମ୍ବା ସମାଧାନ ହେଇ ପାରିନାହିଁ । ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି।

ଏହି ମର୍ମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତଥା ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତାଷ ସିଂ ସାଲୁଜା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଧାୟକ ଶ୍ରୀ ମିଶ୍ର ପେକ୍ସରେ ଚାଲିଥିବା ଘୋଟାଲା ସଂପର୍କରେ ବିଧାନସଭାରେ ଯୁକ୍ତି ରଖିବେ ମତ ଦେଇଛନ୍ତି। ସେହିପରି ବିଧାୟକ ଶ୍ରୀ ସାଲୁଜା ଓ ଡ.ମହାଲିଙ୍ଗ ଯୋଗାଣ ବିଭାଗ, ମିଲର୍ସ ଓ ପେକ୍ସର ତଞ୍ଚକତା ବିରୋଧରେ ବିଧାନସଭାରେ ଉଠାଇବା ସହ ମଣ୍ଡିରେ ପଡି ରହିଥିବା ଚାଷୀଙ୍କ ଧାନ କିଣିବା ପାଇଁ ଜୋର ଦେବେ ବୋଲି ସୂଚନା ଦେଇଛନ୍ତି।

Comments are closed.