ବଲାଙ୍ଗୀର : ସଇଁତଲାର ଧରପଗଡ଼ ଗ୍ରାମରେ ମଦ ମୃତ୍ୟୁ ଅଭିଯୋଗ

ବଲାଙ୍ଗୀର :  ବଲାଙ୍ଗୀର ଜିଲ୍ଲା ସଇଁତଲାର ଥାନା ଅନ୍ତର୍ଗତ ଧରପଗଡ଼ ଗ୍ରାମରେ ମଦ ମୃତ୍ୟୁ ଅଭିଯୋଗ ହୋଇଛି। ଗ୍ରାମର କଲାକର ଷାଣ୍ଢ ଗତ ରାତ୍ରିରେ ଘରୁ ବାହାରି ଗ୍ରାମ ନିକଟରେ ଥିବା ଏକ ନାଳ ନିକଟକୁ ସବୁଦିନ ପରି ମଦ ପିଇବାକୁ ଆସିଥିଲେ। ଘର ଲୋକ ରାତି ସାରା ଖୋଜା ଖୋଜି କରିଥିବା ବେଳେ ସକାଳୁ ତାଙ୍କ ମୃତ ଦେହ ନାଳରେ ପଡିଥିବା ଦେଖିଲେ। ନାଳରେ ପ୍ରାୟ ୩୦ରୁ ଅଧିକ ଚୁଲାରେ ମଦ ରନ୍ଧାଯାଉଥିବା ଦେଖିଵାକୁ ମିଳିଛି। ବେଆଇନ ଭାବରେ ପ୍ରସ୍ତୁତ ବିଷାକ୍ତ ମଦ ପିଇ କଳାକାରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାର ୮ ଘଣ୍ଟା ପରେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ କେହି ଘଟଣାସ୍ଥଳରେ ପହଞ୍ଚି ନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Image : samajalive.in

Comments are closed.