ବ୍ରହ୍ମପୁର ବଡବଜାରର ଦୁଇ ଜୁଏଲର୍ସ ଚୋରୀ ମାମଲାରେ ଆହ୍ଲାବାଦର ସୁନା ଦୋକାନୀଙ୍କୁ ଗିରଫ କଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ବିନୋଦ ଜୁଏଲର୍ସ ଓ କେଶବ ଜୁଏଲର୍ସରୁ ସୁନା ଅଳଙ୍କାର ଚୋରି ମାମଲାରେ ଆହ୍ଲାବାଦର ସୁନା ଦୋକାନୀ ଦେବନ୍ଦ୍ର ସୋନି(୪୩) ଓରଫ ପପୁଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି । ଏହି ମାମଲାରେ ୩ ଦିନ ତଳେ ଛତିଶଗଡ଼ର ୨ ଜଣ ଯୁବକଙ୍କୁ ବଡବଜାର ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରି ହୋଇଥିବା କିଛି ସୁନା ଓ ନଗଦ ୧୨ ଲକ୍ଷ ଟଙ୍କା ଜବତ କରିଥିଲା ।

ତେବେ ଛତିଶଗଡ଼ର ଏହି ୨ ଯୁବକ ବ୍ରହ୍ମପୁରରୁ ସୁନା ଚୋରି କରିବା ପରେ ଆହ୍ଲାବାଦର ପ୍ରୟାଗରାଜ ସରାଇ ଇନାୟତ ଥାନା ଅନ୍ତର୍ଗତ ଫତୁହା ଗ୍ରାମକୁ ଯାଇ ସେଠାରେ ସୁନା ଦୋକାନ କରିଥିବା ଦେବେନ୍ଦ୍ରଙ୍କୁ ୬୦୦ ଗ୍ରାମ ସୁନା ବିକ୍ରି କରିଥିଲେ । ଏହା ଜଣାପଡିବା ପରେ ବ୍ରହ୍ମପୁର ପୁଲିସର ଏକ ଟିମ ଆହ୍ଲାବାଦ ଯାଇଥିଲା । ଚୋରି ସୁନା କିଣିବା ଅଭିଯୋଗରେ ଦେବେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା । ଆଜି ଦେବେନ୍ଦ୍ରଙ୍କୁ ଆହ୍ଲାବାଦରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ବ୍ରହ୍ମପୁର ଅଣାଯାଇଛି । ତାଙ୍କୁ ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହଜାର କରାଯାଇଛି ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

Comments are closed.