ମାର୍ଚ୍ଚ ୨୦୨୦ ସୁଦ୍ଧା ସବୁ ଗାଁକୁ ମାଗଣା ୱାଇଫାଇ

ନୂଆଦିଲ୍ଲୀ : ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ସମସ୍ତ ଗାଁକୁ ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବ। କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହା କହିଛନ୍ତି।
ହରିୟାଣାର ରେୱାରୀଠାରେ ଗୁରୁୱାରାକୁ ଡିଜିଟାଲ ଗ୍ରାମ ଭାବେ ଉଦଘାଟନ କରି ଶ୍ରୀ ପ୍ରସାଦ କହିଛନ୍ତି ଭାରତନେଟ୍‍ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୩୦ ହଜାର ଗ୍ରାମପଞ୍ଚାୟତକୁ ସଂଯୋଗ କରାଯାଇ ପାରିଛି। ତେବେ ୨ ଲକ୍ଷ ୫୦ ହଜାର ଗ୍ରାମପଞ୍ଚାୟତକୁ ଏଥିରେ ସାମିଲ କରିବାର ଲକ୍ଷ୍ୟ ରଖା ଯାଇଛି। ଆସନ୍ତା ୪ ବର୍ଷ ମଧ୍ୟରେ ଅତିକମରେ ୧୫ ପ୍ରତିଶତ ଗ୍ରାମକୁ ଡିଜିଟାଲ ଗ୍ରାମରେ ପରିଣତ କରିବା ପାଇଁ ସରକାର ଯୋଜନା କରିଛନ୍ତି ବୋଲି ଶ୍ରୀ ପ୍ରସାଦ କହିଛନ୍ତି।
ଗ୍ରାମଗୁଡିକୁ ସଶକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଗ୍ରାମୀଣ ଭାରତ ଦେଶର ସ୍ୱପ୍ନକୁ ସାକାର ପ୍ରକୃତ ସ୍ୱରୂପ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.