ଭୁବନେଶ୍ଵର ଓ କଟକରେ ୩୧ ଯାଏ ସବୁ ଶପିଂ ମଲ୍‌ ବନ୍ଦ ନିର୍ଦେଶ

ଭୁବନେଶ୍ଵର: ଭୟଙ୍କର କରୋନା ଭୂତାଣୁ ଓଡ଼ିଶାରେ ପହଞ୍ଚିଛି। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ପୂର୍ବରୁ ସରକାର ଆସନ୍ତା ୩୧ ତାରିଖ ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିବାବେଳେ ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ଵରରେ ସମସ୍ତ ଶପିଂ ମଲକୁ ବନ୍ଦ ରଖିବାକୁ କମିଶନରେଟ ପୁଲିସ ନିର୍ଦେଶ ଜାରି କରିଛି। ସୋମବାରଠାରୁ ଆସନ୍ତା ୩୧ ତାରିଖ ଯାଏ ସବୁ ମଲ୍‌ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

Comments
Loading...