ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କ ଟିକାକରଣ

ନୂଆଦିଲ୍ଳୀ: ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା ଦିଆଯିବ। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ଅନୁରୋଧ କରିଛି କେନ୍ଦ୍ର। ଏନେଇ ସବୁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟ।


ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, “ଚଳିତ ମାସ ସବୁ ରାଜ୍ୟକୁ ଅତିରିକ୍ତ୨ କୋଟି ଟିକା ଯୋଗାଇ ଦିଆଯାଉଛି। ଆମେ ସମସ୍ତ ରାଜ୍ୟକୁ ଅନୁରୋଧ କରୁଛୁ ଯେ ୫ ସେପ୍ଟେମ୍ବର ପୂର୍ବରୁ ସବୁ ଶିକ୍ଷକମାନଙ୍କର ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯାଉ’’।

Comments are closed.