ବିଧାନସଭାରେ ନୂଆ ପରମ୍ପରା ; ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ଭୁବନେଶ୍ବର : ବିଧାନସଭାରେ ସୃଷ୍ଟି ହୋଇଛି ନୂଆ ପରମ୍ପରା। ପ୍ରଥମ ଥର ପାଇଁ ବିଧାନସଭା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇ ଗୃହକୁ ଶୃଙ୍ଖଳିତ ଉପାୟରେ ପରିଚାଳନା ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି।
ମଙ୍ଗଳବାରଠାରୁ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ବସିବାକୁ ଯାଉଥିବାବେଳେ ଏହା ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକ ବେଶ ମହତ୍ତ୍ବ ରଖୁଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ପ୍ରଦୀପ୍ତ ନାୟକ, କଂଗ୍ରେସ ନେତା ନରସିଂହ ମିଶ୍ର, ବିଜେଡ଼ି ବିଧାୟକ ଦେବୀପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇଥିଲେ।
ବୈଠକ ପରେ ସାମ୍ବାଦିକଙ୍କୁ ବିଜେପିର ଜୟନାରାୟଣ ମିଶ୍ର କହିଥିଲେ ଯେ ବିଧାନସଭା କିପରି ସୁରୁଖୁରୁରେ ଚାଲିବ ସେ ନେଇ ବାଚସ୍ପତିଙ୍କ ସହ ଆଲୋଚନା ହୋଇଥିଲା। ବିରୋଧୀ ଦଳକୁ ବିଧାନସଭାରେ ଅଧିକ ସମୟ ଦେବାକୁ କହିଥିଲୁ।  ବିଧାନସଭାକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତ ପ୍ରକାର ସହଯୋଗ କରିବା ଲାଗି ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଛୁ। ବାତ୍ୟା ଫଣି, ଧାନର ଅଭାବୀ ବିକ୍ରି, ଆଇନଶୃଙ୍ଖଳା ପରିସ୍ଥିତି ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ବିଧାନସଭାରେ ଉତଥାପନ କରିବୁ। ଦିନକୁ ଗୋଟିଏ ପରିବର୍ତ୍ତେ ଦୁଇଟି ମୁଲତବୀ ପ୍ରସ୍ତାବ ଆଗତ କରିବା, କଲିଂ ଆଟେନସନ ପ୍ରତ୍ୟେକ ଦିନ ନେବା ଏବଂ ପ୍ରତି ଅଧିବେଶନରେ ଥରେ ପ୍ରାଇଭେଟ ମେମ୍ବର ବିଲ୍‌ ନେବାକୁ ଅନୁରୋଧ କରିଛୁ। ବିେଜପି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ପରେ ଉଭୟ ବିେଜପି ଓ ବିେଜଡି ବିଧାନସଭାରେ ମିଳିମିଶି କାମ କରିବେ ବୋଲି  କଂଗ୍ରେସ ଆଣିଥିବା ଅଭିେଯାଗ ଉପରେ ଶ୍ରୀ ମିଶ୍ର କହିଥିଲେ ଯେ ଆମର କାର୍ଯ୍ୟ ପଦ୍ଧତି ଦେଖିଲେ ଆପଣମାନେ ଜାଣିପାରିବେ ଆମେ କ’ଣ କରୁଛୁ।
ଆପଣମାନେ ଆମକୁ ଯେଉଁ ପ୍ରଶ୍ନ ପଚାରୁଛନ୍ତି ଯେଉଁମାନେ ସମର୍ଥନ କରିଛନ୍ତି ତାହାର ଉତ୍ତର ସେମାନେ ଦେବେ । ବିେରାଧୀ ଦଳ ନେତା କିଏ ହେବେ‌େ‌ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଦଳ ଯାହା ନିଷ୍ପତ୍ତି ନେବ ସମସ୍ତେ ତାକୁ ଗ୍ରହଣ କରିେବ ।
ବି​ଜେଡି ବିଧାୟକ ​​‌ଦେ‌ବୀ ମିଶ୍ର କହିଥିଲେ ଯେ ପାର୍ଲାମେଣ୍ଟର ପରମ୍ପରା ଅନୁସାରେ ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ପ୍ରଥମ ଥର ଲାଗି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ବିଧାନସଭା କିଭଳି ଶୃଙ୍ଖଳିତ ଭାବେ ଚାଲିବ ଏବଂ ସବୁ ଦଳର ସହଯୋଗ କିପରି ରହିବ ସେ ନେଇ ଆଲୋଚନା ହେଇଥିଲା। ଶାସକ ଦଳ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ। ବିେଜପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ତାଙ୍କ ଦଳ ସମର୍ଥନ କରିବା ପରେ ଉଭୟ ବିେଜପି ଓ ବିେଜଡି ବିଧାନସଭାରେ ମିଳିମିଶି କାମ କରିବେ ବୋଲି କଂଗ୍ରେସ ଆଣିଥିବା ଅଭିେଯାଗକୁ ସେ ଅବାନ୍ତର ବୋଲି କହିଥିଲେ। ସର୍ବଦଳୀୟ ବୈଠକରେ ଗଠନମୂଳକ ପ୍ରସ୍ତାବ ଆସିଛି। ରୁଲ୍ସ ସଂଶୋଧନ ଅନୁସାରେ ଦୁଇଟି ମୋସନ କିପରି ଆସିପାରିବ ସେଥିନେଇ ପ୍ରସ୍ତାବ ଦିଆଯାଇଛି । ନୂତନ ବିଧାୟକଙ୍କୁ କିପରି ତାଲିମ ଦିଆଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା।
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ବୈଠକରେ ସମସ୍ତ ଦଳର ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ବିଧାନସଭା ଶାନ୍ତିଶୃଙ୍ଖଳାର ସହିତ ଯେପରି ଚାଲିବ ସେ ବିଷୟରେ ନିଷ୍ପତ୍ତି ନେବା। ରାଜ୍ୟବାସୀ ଚାହିଁ ବସିଛନ୍ତି ସେମାନଙ୍କ ପ୍ରତିନିଧିମାନେ ବିଧାନସଭାରେ କ’ଣ କରୁଛନ୍ତି ତାହା ଜାଣିବା ପାଇଁ। ବିେରାଧୀ ଦଳ ପକ୍ଷରୁ ଦିନକୁ ଦୁଇଟି ମୁଲତବୀ ପ୍ରସ୍ତାବ ଆଗତ କରିବାକୁ ପ୍ରସ୍ତାବ ଆସିଛି। ଏହାକୁ ମୁଁ ମନା କରିନାହିଁ। ବିଧାନସଭା ଆରମ୍ଭ ହେବା ପରେ ପୁଣି ସମସ୍ତ ଦଳର ନେତାଙ୍କୁ ଡାକି ଏ ସମ୍ପର୍କରେ ଆେଲାଚନା କରାଯିବ। ପ୍ରଥମ ଘଣ୍ଟାରେ ପ୍ରଶ୍ନକାଳ ଶେଷ ହେବା ପରେ ଶୂନ୍ୟ କାଳ ରହିବ।  ଏକଘଣ୍ଟା ମଧ୍ୟରେ ଶୂନ୍ୟ କାଳ ଓ ଅନ୍ୟାନ୍ୟ ବିଷୟରେ ଆେଲାଚନା ପରେ ମୁଲତବୀ ପ୍ରସ୍ତାବ ଆସିବ। ତେବେ ମୁଁ ଚେଷ୍ଟା କରିବି ଦିନରେ ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆେଲାଚନା କରିବାକୁ। କଲିଂ ଆେଟନସନରେ ଲମ୍ବା ଭାଷଣ ପରିବର୍ତ୍ତେ ସଂକ୍ଷିପ୍ତ କରିବାକୁ ଆେଲାଚନା ହୋଇଛି। ଏ ନେଇ ସମସ୍ତ ଦଳର ନେତାମାନେ ରାଜି ହୋଇଛନ୍ତି ଏବଂ ପ୍ରତିଶ୍ରୁତି ମଧ୍ୟ ଦେଦଇଛନ୍ତି।
କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରଥମ ଥର ଲାଗି ରାଜ୍ୟ ସରକାର ବିଧାନସଭା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଆଗାମୀ ବିଧାନସଭାରେ ସମସ୍ତ ବିଷୟରେ ଯେପରି ଉଚ୍ଚକୋଟୀର ଆଲୋଚନା ହେବ ସେ ନେଇ ମତ ବିନିମୟ ହୋଇଥିଲା। ଦିନକୁ ଦୁଇଥର ମୁଲତବୀ ପ୍ରସ୍ତାବ, କଲିଂ ଆଟେନସନ ନେବା ସହ ବିରୋଧୀ ଦଳକୁ ଉଚିତ୍ ମାନ୍ୟତା ଦେବାକୁ ପ୍ରସ୍ତାବ ଦିଆଯାଇଛି। ଦଳର ମୁଖ୍ୟ ପ୍ରସଙ୍ଗ ବିଧାୟକ ଦଳ ବୈଠକ ପରେ ପ୍ରସଙ୍ଗ ସ୍ଥିର କରାଯିବ। ଆଇନଶୃଙ୍ଖଳା, ଶିକ୍ଷା, ବେକାରୀ ସମସ୍ୟା, ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିଧାନସଭାରେ ପ୍ରଶ୍ନ ଉତଥାପନ କରିବୁ।

Comments are closed.