‘ଅଘାଡ଼ି’ରେ ଅସନ୍ତୋଷ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇସ୍ତଫା ପତ୍ର ପଠାଇଲେ ଦଳୀୟ ସାଂସଦ

ମହାରାଷ୍ଟ୍ର ରାଜନୀତିରେ ରୁଚି ରଖୁଥିବା ତଥ୍ୟାଭିଜ୍ଞଙ୍କ ସୂତ୍ର ଅନୁସାରେ ମହାବିକାଶ ଅଘାଡ଼ି ସରକାରରେ ତିନି ଦଳ ମଧ୍ୟରେ ଦିନକୁ ଦିନ ମତାନ୍ତର ଓ ମନାନ୍ତର ବଢ଼ିବାରେ ଲାଗିଛି । ନିକଟରେ କଂଗ୍ରେସ ବିଧାୟକମାନେ ବିଧାୟକ ପାଣ୍ଠିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାଜସ୍ବ ମନ୍ତ୍ରୀ ବାଲାସାହେବ ଥୋରାତ ମଧ୍ୟ କଂଗ୍ରେସ ବିଧାୟକମାନଙ୍କ ଦାବିକୁ ସମର୍ଥନ କରିଥିଲେ । ଏହାପରେ ରାଷ୍ଟ୍ରବାଦୀ କଂଗ୍ରେସ ନେତା ତଥା ଅର୍ଥମନ୍ତ୍ରୀ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରି ମାମଲାକୁ ଶାନ୍ତ କରିଥିଲେ । ବୁଧବାର ଶିବସେନା ସାଂସଦ ଦଳର ମୁଖ୍ୟ ତଥା  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ଇସ୍ତଫା ପଠାଇବା ପରେ ଅଘାଡ଼ିରେ ସବୁକିଛି ଠିକ୍ ନାହିଁ ବୋଲି ସ୍ପଷ୍ଟ କରି ଦେଇଛି ।

Comments are closed.