ପ୍ରସ୍ତୁତି ଶେଷ – ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଆସନ୍ତାକାଲି

ଝାଡଖଣ୍ଡ: ଝାଡଖଣ୍ଡରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ସକାଶେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ସାତୋଟି ଜିଲ୍ଲାର ୨୦ଟି ନିର୍ବାଚନ ମଣ୍ଡଳୀରେ ଭୋଟ ନିଆଯିବ। ମତଦାନ ସକାଳ ୭ଟାରେ ଆରମ୍ଭ ହେବ। ନିରାପତ୍ତା କାରଣରୁ ୧୮ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅପରାହ୍ନ ୩ଟାରେ ଶେଷ ହେବ। କିନ୍ତୁ ଜାମସେଦପୁର ପୂର୍ବ ଓ ଜାମସେଦପୁର ପଶ୍ଚିମ ନିର୍ବାଚନ ମଣ୍ଡଳୀରେ ମତଦାତାମାନେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ କରିପାରିବେ। ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଅଛନ୍ତି।

ଆସନ୍ତାକାଲି ମତଦାନ ଗ୍ରହଣ ହେବାକୁ ଥିବା ଜିଲ୍ଲା ଗୁଡିକ ହେଉଛି ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ, ସରେଇକେଲା-ଖରସୁଆଁ, ରାଞ୍ଚି, ଖୁଣ୍ଟି, ଗୁମଲା ଏବଂ ସିମଡ଼େଗା। ଏଥିରେ ୪୭ ଲକ୍ଷ ମତଦାତା ୨୯ ଜଣ ମହିଳାଙ୍କ ସମେତ ୨୬୦ ଜଣ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସୁରକ୍ଷା ବ୍ୟବସ୍ତା ପାଇଁ ୪୨ ହଜାର ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ଆସନ୍ତାକାଲିର ନିର୍ବାଚନରେ ୨୪ ହଜାର ଅଧିକାରୀ ମତଦାନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡିଛି।

Comments are closed.