ଆଲିୟାଙ୍କୁ ମିଳିଲା ଉପହାର

ମୁମ୍ବଇ : ୨୦୨୦ ଆଲିୟା ଭଟ୍ଟଙ୍କ ପାଇଁ ନିଶ୍ଚିତ ଶୁଭଙ୍କର ହେବ ବୋଲି ତାଙ୍କ ବନ୍ଧୁ ଓ ପରିବାରଲୋକଙ୍କ ମତ। ମିଳିଥିବା ଖବର ଅନୁସାରେ, ଘନିଷ୍ଠ ବନ୍ଧୁ ରଣବୀର କପୁରଙ୍କ ସହ ଏପ୍ରିଲ୍ କିମ୍ବା ମେ ମାସରେ ତାଙ୍କ ବିବାହ କାଶ୍ମୀରରେ ଅନୁଷ୍ଠିତ ହୋଇପାରେ। ଅନ୍ୟପାଖେ ତାଙ୍କୁ ଐତିହାସିକ ନିର୍ଦେଶକ ସଞ୍ଜୟ ଲୀଳା ଭଁସାଲୀଙ୍କ ସହ କାମ କରିବାର ସୁଯୋଗ ମିଳିଯାଇଛି। ଆଲିୟା ନିକଟରେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି, ଏଥରକ ସାଣ୍ଟା କ୍ଲଜ୍‌୍‌ ତାଙ୍କୁ ଖୁବ୍ ସୁନ୍ଦର ଉପହାରଟିଏ ଦେଇଛି। ଏହି ଲେଖା ସହ ଆଗାମୀ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆବାଡ଼ି’ର ଫଟୋଟିଏ ମଧ୍ୟ ରହିଛି। କିଛି ମାସ ତଳେ ଏଇ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଚାଲିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଶୁଣାଯାଉଥିଲା ଯେ ଏଥିରେ ମୁଖ୍ୟ ଭୂମିକାରେ ସଲମାନ୍ ଖାନ୍ ଓ ଆଲିୟା ଭଟ୍ଟ କାମ କରିବେ। ପରବର୍ତ୍ତୀ ସମୟରେ କୌଣସି କାରଣରୁ ସଲମାନ୍ ଏଇ ଚଳଚ୍ଚିତ୍ରରୁ ଓହରିଯିବାରୁ ୟୁନିଟ୍ ତରଫରୁ ଅନ୍ୟ କୌଣସି ଘୋଷଣା କରାଯାଇନଥିଲା। ଏବେ ପୁନର୍ବାର ଆଲିୟା ଭଟ୍ଟ ନିଜେ ବ୍ୟକ୍ତିଗତ ଭାବେ ଏଇ ତଥ୍ୟ ଇନଷ୍ଟାଗ୍ରାମ୍୍‌ରେ ଉଲ୍ଲେଖ କରିବା ସହ ନିର୍ଦେଶକ ସଞ୍ଜୟ ଲୀଳା ଭଁସାଲୀଙ୍କ ସହ କାମ କରୁଥିବାରୁ ଖୁବ୍ ଖୁସି ବୋଲି ଉଲ୍ଲେଖ କରିଛନ୍ତି। ‘ଗଙ୍ଗୁବାଈ କାଠିଆବାଡ଼ି’ ଆସନ୍ତା ବର୍ଷ ସେପ୍ଟେମ୍ବର ୧୧ରେ ମୁକ୍ତିଲାଭ ହୋଇପାରେ। ଏହି ଚଳଚ୍ଚିତ୍ର ଏକ ଉପନ୍ୟାସ ଉପରେ ଆଧାରିତ ବୋଲି ସ୍ପଷ୍ଟ ହୋଇଛି।

Comments are closed.