ଜୋର ଧରିଲା ମଦ ବିରୋଧି ଆନ୍ଦୋଳନ, ଗଠନ ହେଲା ନୂତନ କର୍ମକର୍ତ୍ତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଡ଼ିମିରଗୁଡ଼ା ଓ ନୂଆପଦର ପଂଚାୟତରେ ଆରମ୍ଭ ହୋଇଥିବା ମଦ ବିରୋଧି ଆନ୍ଦୋଳନ ଦିନକୁ ଦିନ ତ୍ରିବ ହେବାକୁ ଲାଗିଛି। ଆଜି ପୁଣିଥରେ ୨ଟି ପଂଚାୟତର ଶହ ଶଂଖ୍ୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନେ ଏକତ୍ରିତ ହୋଇଛନ୍ତି। ନୂଆପଦର କାଳିପଜା ମଣ୍ଡପ ପ୍ରାଙ୍ଗଣରେ ମଦ ବିରୋଧି ପ୍ଳାକାର୍ଡ଼ ଓ ବ୍ୟାନର ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମଦ ବିରୋଧି ନାରା ଦେଇ ଲୋକଙ୍କୁ ସଚେତନ କରାଇଥିଲେ। ଅନୁଷ୍ଠିତ ବୈଠକରେ ମଦ ବିରୋଧରେ ଆଲେଚାନା କରିବା ସହିତ ସଂପୂର୍ଣ୍ଣଭାବେ ମଦ ବନ୍ଦ କରିବାକୁ ଶହ ଶହ ମିହଳା ଶପଥ ନେଇଥିଲେ।  ଅନୁଷ୍ଠିତ ଏହି ବୈଠକରେ ନୂତନ ଭାବେ ସଭାପତି ଭାବେ ମିନା ବେହେରା  ଓ ଉପସଭାପତି ଭାବେ ଶ୍ରୀମତି ଚିନ୍ଦ୍ର ଦିଗାଲ ଓ ବୁନିତା କହଁର , ସଂପାଦିକା ଭାବେ ବିମଳା ସାହୁ ଓ ସହ ସଂପାଦିକା ଭାବେ କବିତା କର୍ହର , ସୁସାନ୍ତି ଦିଗାଲ  ପ୍ରମୁଖଙ୍କୁ ମନୋନିତ କରାଯାଇଛି। ଉପଦେଷ୍ଟା ଭାବେ ପଦ୍ମାବତୀ ଭୁକ୍ତା , ମହରଗୀ ଦିଗାଲ , ଶିବ ପ୍ରସାଦ ଭୁକ୍ତା , ପ୍ରଦୀପ ବେହେରା , ପ୍ରତିଭା ବେହେରା , ଜଗନ୍ନାଥ ଦିଗାଲ ପ୍ରମୁଖଙ୍କୁ ମନୋନିତ କରଯାଇଥିବା ବେଳେ ଆଇନପରାମର୍ଶ ଦାତା ଭାବେ ରାମେଶ ଚନ୍ଦ୍ର ମହାନ୍ତି ଓ ରଗୁପତି କହଁରଙ୍କୁ ମନୋନିତ କରଯାଇଛି। ୨ଟି ପଂଚାୟତର ୨୭ଟି ୱାର୍ଡ଼ରୁ ପ୍ରତ୍ୟେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଭାପତିଙ୍କୁ ପ୍ରତି ଗ୍ରାମର ମଦ ବିରୋଧି ଦାୟିତ୍ୱ ଦିଆଯାଇଥିବା ବେଳେ ରୁକ୍କୁଣି କହଁର , ସସ୍ମିତା ଭୁକ୍ତା , ଅର୍ଣ୍ଣପୂର୍ଣର୍ା ଦିଗାଲ , ସଂଯୁକ୍ତା କହଁର ,ସବିତା ବେହେରା , ଶ୍ରୀଦେବୀ ଦେହୁରୀ ,ସୁଶାନ୍ତି ଦିଗାଳ , ରାନୁସା ଦିଗାଳ , ବିଣାପାଣି ବେହେରା , କବିତା କହଁର ,ସତ୍ୟଭାମା ଭୁକ୍ତା , କୁମାରୀ ବେହେରା ପ୍ରମୁଖଙ୍କୁ ମଦ ବିରୋଧି ନେତ୍ରୀଭାବେ ମନୋନିତ କରଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ଼ିମିରିଗୁଡ଼ା ସରପଂଚ ଦୈପଦୀ କହଁର , ନୂଆପଦର ସରପଂଚ ମହାରଗି ଦିଗାଲ ଓ ଡ଼ିମିରିଗୁଡ଼ା ସଂଗ୍ରାମ ଯୁବକ ସଂଘର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.