ବିପୁଳ ମଦ ଜବଦ, ଜଣେ ଗିରଫ

କଳାବାଡ଼ିଆ : ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅନ୍ତର୍ଗତ ନୁଧନା ଗ୍ରାମରେ ଶୁକ୍ରବାର ଚାନ୍ଦୁଆ ପୁଲିସ, ବିଡ଼ିଓ ଏବଂ ତହସିଲଦାର ମିଳିତ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଥିଲେ। ଏହାସହିତ ମଦ କାରବାର କରୁଥିବା ଜିନାକର ସାହୁକୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ନୁଧନା ଗ୍ରାମର ଜିନାକର ସାହୁ(୫୬) ନିଜ ଦୋକାନରେ ୧୬୦.୭୫୦ଲି ବିଦେଶୀ ମଦ ରଖିଥିଲେ। ଖବର ପାଇ ଚାନ୍ଦୁଆ ପୁଲିସ ସହିତ ବିଡ଼ିଓ ଓ ତହସିଲଦାର ମିଳିତ ଭାବେ ଚଢାଉ କରି ବିଦେଶୀ ମଦ ଜବତ କରିବା ସହିତ ଜିନାକରକୁ ଗିରଫ କରିଛନ୍ତି।

Comments are closed.