ଅକ୍ଷୟ ତୃତୀୟା

କୃଷିଭିତ୍ତିକ ପର୍ବ ହେଉଛି ‘ଅକ୍ଷୟ ତୃତୟା’। ବସନ୍ତ ମହୋତ୍ସବ ପରେପରେ ଧାନ ଚାଷ ଉପରେ ନିର୍ଭର କରୁଥିବା ଆମ ରାଜ୍ୟର କୃଷକମାନେ ହଳସୂତ୍ର କରନ୍ତି। ବସନ୍ତ ଋତୁରେ ବର୍ଷାର ଅନୁକୂଳ ପରିସ୍ଥିତି ଅନୁସାରେ ଭୂମିକର୍ଷଣ କରାଯାଇଥାଏ। ଶହଶହ ବର୍ଷ ପୁରୁଣା ପରମ୍ପରା ଅନୁସାରେ ଗୋଟିଏ ନିର୍ଦିଷ୍ଟ ପୁଣ୍ୟତିଥିରେ ଭୂମିପୂଜା ହୁଏ। ବୈଶାଖ ମାସର ଶୁକ୍ଳ ତୃତୀୟା ଦିନଟି ଗୋଟିଏ ଶୁଭଦିନ ହୋଇଥିବାରୁ କୃଷକମାନେ ସେହିଦିନ ଭୂମିପୂଜା ଓ ଶସ୍ୟପୂଜା ସମାହିତ ହୋଇ ଅକ୍ଷୟ ମୁଷ୍ଟିବପନ କରନ୍ତି। ‘ଅକ୍ଷୟ ତୃତୀୟା’ ପରି ଶୁଭଦିନରେ ଉତ୍ତମ ଶସ୍ୟ ଲାଭ କରିବା କାମନାରେ କୃଷିଜୀବୀମାନେ ଅକ୍ଷିମୁଠି ବୁଣି ଦିଅନ୍ତି। ଅକ୍ଷୟ ତୃତୀୟା ତିଥିରେ ଶ୍ରୀ ଜଗନ୍ନାଥ, ବଳଦେବ ଓ ସୁଭଦ୍ରାଙ୍କ ଲାଗି ନନ୍ଦିଘୋଷ, ତାଳଧ୍ବଜ ତଥା ଦେବଦଳନ ରଥ ନିର୍ମାଣର ଅୟମାରମ୍ଭ କରାଯାଏ।

Comments are closed.