ନିର୍ଭୟା ଦୋଷୀ ଅକ୍ଷୟ ସିଂହର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ସିଂହ ଠାକୁରର କ୍ୟୁରେଟିଭ ପିଟିସନ ଗୁରୁବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ତଥା ଏଥିରୁ ବର୍ତ୍ତିବା ପାଇଁ ଅକ୍ଷୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏହାର ଶୁଣାଣି କରିଥିଲେ। ଏହାପରେ ସର୍ବସମ୍ମତି କ୍ରମେ ଅକ୍ଷୟର ଆବେଦନକୁ ଖାରଜ କରାଯାଇଛି। ଅକ୍ଷୟ ତା’ର ଆବେଦନରେ ତାକୁ ମିଳିଥିବା ଫାଶୀଦଣ୍ଡକୁ ଆଜୀବନରେ ପରିଣତ କରିବା ପାଇଁ ନିବେଦନ କରିଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ସୁପ୍ରିମକୋର୍ଟ ବିନୟ ଶର୍ମା ଓ ମୁକେଶର କ୍ୟୁରେଟିଭ ପିଟିସନ ଖାରଜ କରିଥିଲେ।

Comments are closed.