କୋଭିଡ ଚିହ୍ନଟ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର

ମୁମ୍ବଇ : ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୨ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ପଜିଟିଭ ନେଇ ଅକ୍ଷୟ ନିଜେ ସୋସିଆଲ ମିଡିଆରେ ଜଣାଇଥିଲେ। କୋଭିଡ ଚିହ୍ନଟ ପରେ ସେ ଘରେ ରହି ଥିବା ବେଳେ ଆଜି ଡାକ୍ତରଙ୍କ ପରାମର୍ଶ କ୍ରମରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଅକ୍ଷୟ ସୋସିଆଲ ମିଡିଆରେ ଫୋଷ୍ଟ କରି ଲେଖିଛନ୍ତି, ଯେଉଁମାନେ ମୋ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି, ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଶୀଘ୍ର ଭଲ ହୋଇ ଘରକୁ ଫେରିବି।

Comments are closed.