ଫୋର୍ବସ୍ ଶ୍ରେଷ୍ଠ ୧୦ ତାଲିକାରେ ଅକ୍ଷୟ କୁମାର

ମୁମ୍ବଇ : ଫୋର୍ବସ୍ ଟପ୍-୧୦ ସର୍ବାଧିକ ପେଡ୍ ଆକ୍ଟର୍ସ ୨୦୨୦ର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବଲିଉଡର ଖିଲାଡି ବୟ କୁମାର ଅକ୍ଷୟ କୁମାର ସ୍ଥାନ ପାଇଛନ୍ତି। ଏହି ତାଲିକାରେ ସେ ହେଉଛନ୍ତି ଏକମାତ୍ର ବଲିଉଡ ଅଭିନେତା। ଏଥି ସହିତ ହଲିଉଡ ତାରକା ଡୱେନ ଫୋର୍ବସ୍ ତାଲିକାର ପ୍ରଥମ ନମ୍ବରରେ ରହିଛନ୍ତି।
ଫୋର୍ବସର ଏହି ତାଲିକାରେ ଅକ୍ଷୟ କୁମାର ୬ଷ୍ଠ ସ୍ଥାନରେ ରହିଛନ୍ତି। ଏଥିରେ ତାଙ୍କର ଆୟ ୪୮.୫ ନିୟୁତ (ଡଲାର), ପ୍ରାୟ ୩୬୨ କୋଟି ବୋଲି ଜଣାଯାଇଛି। ଏକ ନମ୍ବରରେ ଡୱେନ ଜନସନ୍, ଦୁଇ ନମ୍ବରରେ ହଲିଉଡ ଅଭିନେତା ରିଆନ ରେନୋଲ୍ଡସ, ତିନି ନମ୍ବରରେ ମାର୍କ ୱାଲବର୍ଗ, ଚତୁର୍ଥ ନମ୍ବରରେ ବେନ ଆଫ୍ଲେକ୍, ପାଞ୍ଚ ନମ୍ବରରେ ଭିନ୍ ଡିଜେଲ, ୭ମ ସ୍ଥାନରେ ମାନୁଏଲ ମିରାଣ୍ଡା, ଅଷ୍ଟମ ସ୍ଥାନରେ ୱିଲ ସ୍ମିଥ, ନବମ ସ୍ଥାନରେ ଆଡାମ ସାଣ୍ଡଲର ଏବଂ ଜ୍ୟାକି ୧୦ ନମ୍ବରରେ ରହିଛନ୍ତି।

Comments are closed.