ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ; ଭୋର ୪ଟା ୩୦ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ, ରାତ୍ର ୧ଟାରେ ସୁନାବେଶ

ଆରଡି : ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ଆସନ୍ତାକାଲି ଭୋର ମନ୍ଦିର ଖୋଲିବା ପରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ ଜାଗରଯାତ୍ରାର ସ୍ୱତନ୍ତ୍ର ନୀତିକାନ୍ତି। ଏଥିପାଇଁ ଉଭୟ ମନ୍ଦିର ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ମନ୍ଦିରର ପରମ୍ପରା ଅନୁଯାୟୀ ସଂଧ୍ୟା ୬ଟାରୁ ରାତ୍ର ୧୨ଟା ମଧ୍ୟରେ ୪ର୍ଥ ପ୍ରହର ଘର୍ଷଣଭୋଗ ସରିବା ପରେ ରାତ୍ର ୧ଟାରେ ସୁନାବେଶ, ଭୋର ୪ଟା୩୦ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ। ବୁଧବାର ରୀତିନୀତି ଅନ୍ୟୁାୟୀ ଏକବାର ନୀତି ଅନୁଷ୍ଠିତ ହୋଇଛି। ଏଥିପାଇଁ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବା ସହିତ ବଡନୀତି ଓ ବଡସିଂହାର  ବେଶ ସରିବା ପରେ ଗମ୍ଭୀରାଘରେ ନୂଆ ଚାନ୍ଦୁଆ ଲାଗି ହେବା ସହ ମନ୍ଦିର ଚୂଡାରେ ନୂଆନେତ ଲାଗି ହୋଇଥିଲା। ଚଳିତବର୍ଷ କୋଭିଡ କଟକଣାକୁ ଲକ୍ଷ୍ୟରେ ରଖି ଜିଲା ପ୍ରଶାସନ ପକ୍ଷରୁ ପୀଠରେ ୧୪୪ଧାରା ଜାରି କରାଯାଇଥିବା ବେଳେ ଭକ୍ତମାନଙ୍କୁ ବାରଣ କରାଯାଇଛି।

Comments are closed.