ଆଖଣ୍ଡଳମଣି ମନ୍ଦିରର ବରିଷ୍ଠ ସେବକଙ୍କ ପରଲୋକ

ଆରଡି: ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତ କୈଳାସ ଚନ୍ଦ୍ର ପାଢୀ(୭୯)ଙ୍କର ମଙ୍ଗଳବାର ଅପରାହ୍ଣରେ ପରଲୋକ ଘଟିଛି। ଶ୍ରୀ ପାଢୀ ମଙ୍ଗଳବାର ମଣିବାବଙ୍କ ସେବାପୂଜା ସାରିବା ପରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ପରିବାର ଲୋକ ଏକ ଗାଡି ଯୋଗେ ଭଦ୍ରକ ନେଉଥିବା ସମୟରେ ଅଧାବାଟରେ ମୃତ୍ୟୁ ଘଟିଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ସାରା ଆରଡିପୀଠରେ ଶୋକର ଛାୟା ଖେଳିଯାଇଛି।

ଖବର ପାଇ ମନ୍ଦିରର ସେବାୟତ ବିଜୟ କୁମାର ଦାଶ, ଆରଡି ସରପଞ୍ଚ ଅରବିନ୍ଦ ପାଢୀ, ପୂର୍ବତନ ଯୁବନେତା ଆଶିଷ ପାଢୀ, ମନୋରଞନ ପାଢୀ, ଗିରିଷ ପାଢୀ, ପ୍ରମୋଦ ପାଢୀ, ସୁବାଷ ସାହୁ, ଦେବଦତ୍ତ ପାଢୀ, ବୃନ୍ଦାବନ ପାଢୀ, ଚନ୍ଦ୍ରକାନ୍ତ ପାଢୀ ପ୍ରମୁଖ ଶ୍ରୀ ପାଢୀଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସୂଚନା ଅନୁଯାୟୀ ଶ୍ରୀ ପାଢୀ ଦୀର୍ଘ ୭୦ବର୍ଷ ଧରି ଦୈନଦିନ ମଣିବାବାଙ୍କର ସେବାପୂଜା କରିବା ସହିତ ସଂଧ୍ୟାରେ ଭାଗବତ ପଠନ, ଶିବାଷ୍ଟକ ଆଦି ମନ୍ଦିର ପ୍ରାଙ୍ଗଣରେ ପାଠ କରୁଥିଲେ।

Comments are closed.