ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ବଚ୍ଛତା ରଥ ଉଦଘାଟିତ

ପାଟଣା :  ସ୍ବାଧୀନତାର ୭୫ ତମ ବାର୍ଷିକୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ବଚ୍ଛତା ପ୍ରଚାର ରଥ ଗ୍ରାମ ପରିକ୍ରମା କରୁଛି । ଆଜି ଏହି ରଥକୁ ପାଟଣା ବ୍ଲକ କାର୍ଯ୍ୟଳୟରେ ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ଜିପିଇଓ ରଶ୍ମିରେଖା ମହାନ୍ତି, ଯୋଗାଣ ନୀରିକ୍ଷିକା ବିଦ୍ୟୁତଲତା ନାୟକ , ଗ୍ରାମ୍ୟ ପରିମଳ ବିଭାଗର ଜିଲ୍ଲା ସଂଯୋଜକ ଲିଙ୍ଗରାଜ ଦାସ , ବ୍ଲକ ସଂଯୋଜକ ଜମାଲୁଦ୍ଦିନ ଖାନ ପ୍ରମୁଖ କାର୍ଯ୍ୟକ୍ରମରରେ ସାମିଲ ଥିଲେ । ଗାଁ ଗହଳିରେ ଏହି ରଥ ମାଧ୍ୟମରେ ଗ୍ରାମର ସ୍ବଚ୍ଛତା, ସୁସ୍ଥ ଓ ନିରୋଗ ରହିବା ପାଇଖାନା ବ୍ୟବହାର, ବର୍ଜ୍ୟବସ୍ତୁ ଓ ବର୍ଜ୍ୟ ଜଳର ସୁପରିଚାଳନା ଆଦି ସମ୍ପର୍କରେ ବାର୍ତ୍ତା ପ୍ରଚାର କରିବ ବୋଲି ସୂଚନା ମିଳିଛି ।

Comments are closed.