ଅଜୟ ଦେବଗନ ପ୍ରୟାଗର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର: ଜଣେ ପରିପୂର୍ଣ୍ଣ ଏବଂ ଭରସାଯୋଗ୍ୟ ଅଭିନେତା ଅଜୟ ଦେବଗନଙ୍କୁ ଭାରତର ଅଗ୍ରଣୀ ପାଣି କଳ ଏବଂ ସାନିଟାରୀ ୱେର ବ୍ରାଣ୍ଡ୍‌ ‘ପ୍ରୟାଗ’ ତାହାର ସମୁଦାୟ ବର୍ଗର ଉତ୍ପାଦସମୂହ ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ଚୁକ୍ତିବଦ୍ଧ କରାଇଛି । କମ୍ପାନୀ ମଧ୍ୟ ତାହାର ନୂଆ ପ୍ରଚାର ଅଭିଯାନ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି, ଯେଉଁଥିରେ ମେଗାଷ୍ଟାର ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିବ । ଅଜୟ ଦେବଗନ ଦଶନ୍ଧି ଦଶନ୍ଧି ଧରି ରୂପେଲି ପରଦାରେ ଦେଖିବାକୁ ମିଳୁଛନ୍ତି ଏବଂ ଭାରତ ତଥା ବିଶ୍ୱବ୍ୟାପୀ ରହୁଥିବା ଭାରତୀୟଙ୍କ ମଧ୍ୟରେ ତାଙ୍କର ବହୁ ସଂଖ୍ୟାରେ ପ୍ରଶଂସକ ରହିଛନ୍ତି ଏବଂ ଏହା ପ୍ର୍ରୟାଗର ଅତ୍ୟନ୍ତ ଲୋକପ୍ରିୟ ଉତ୍ପାଦ ବର୍ଗମାଳା ସହିତ ମେଳ ଖାଉଛି । ତାଙ୍କ ସହିତ ସହଯୋଗିତା ଜରିଆରେ ଏହା ସମଗ୍ର ଦେଶରେ ନିଜର ବ୍ରାଣ୍ଡ୍‌ ସ୍ୱୀକୃତି ଏବଂ ପହଞ୍ଚକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟ ରଖିଛି ।

Comments are closed.