ଐଶ୍ୱର୍ଯ୍ୟାଙ୍କୁ ଇଡିର ସମନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିର ସମନ । ପାନାମା ପେପର୍ସ ଲିକ୍‍କୁ ନେଇ ଇଡି ମସନ କରିଛି । ପୂର୍ବରୁ ଐଶ୍ୱର୍ଯ୍ୟାଙ୍କୁ ଇଡିରେ ହାଜର ହେବାନେଇ ୨ଥର ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେଲେ ଐଶ୍ୱର୍ଯ୍ୟା ଇଡିରେ ହଜର ହୋଇନଥିଲେ । ତେଣୁ ଆଜି ତାଙ୍କୁ ଦଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ନଭେମ୍ବର ୯, ୨୦୨୧ରେ ଇଡି ଦ୍ୱାରା ଡକାଯାଇଥିଲା। ଏହି ଡାକରା ତାଙ୍କ ମୁମ୍ବାଇ ନିବାସକୁ ପଠାଯାଇଥିଲା। ଅଭିନେତ୍ରୀଙ୍କୁ ୧୫ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଥିଲା। କିନ୍ତୁ ଐଶ୍ୱର୍ଯ୍ୟାଙ୍କ ପକ୍ଷରୁ କିଛି ଉତ୍ତର ଆସିନଥିଲା । ପାନାମା ପେପର ଲିକ୍ ମାମଲା ହେଉଛି ୧୧୫ ନିୟୁତ ଲିକ୍ ହୋଇଥିବା ଗୋପନୀୟ ଡକ୍ୟୁମେଣ୍ଟ ଯାହା ଏପ୍ରିଲ୍ ୨୦୧୬ ରେ ପ୍ରକାଶିତ ହୋଇଥିଲା ।

Comments are closed.