ଖୁବଶୀଘ୍ର ବଜାର ପ୍ରବେଶ କରିବ ଏୟାରଟେଲର ଭିଡିଓ କନଫରେନ୍ସିଂ ଆପ ବ୍ଲୁଜିନ୍ସ

ନୂଆଦିଲ୍ଲୀ : କରୋନା ପାଇଁ ଭିଡିଓ କନଫରନ୍ସିର ଆଦୃତ ବଢିଛି। ଭିଡିଓ ମାଧ୍ୟମରେ ପାଠ ପଢାଠୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ଏହାକୁ ନଜରରେ ରଖି ଏୟାରଟେଲ ଟେଲିକମ କମ୍ପାନୀ ଏକ ଭିଡିଓ କନଫରେନ୍ସିଂ ଆପ ଲଞ୍ଚ କରିବାକୁ ଯାଉଛି । ଯାହାର ନାମ ବ୍ଲୁ-ଜିନ୍ସ (BlueJeans) ରହିଛି । ଏଥିପାଇଁ ଏୟାରଟେଲ ଆମେରିକୀୟ କମ୍ପାନୀ ଭେରିଜୋନ (Verizon) ସହ ବୁଝାମଣା କରିଛି ।

ସୂଚନା ମୁତାବାକ,  ଜିଓମିଟ୍ ଏବଂ ବ୍ଲୁଜିନ୍ସ ମଧ୍ୟରେ ପାର୍ଥକ୍ୟ ହେଉଛି ଜିଓମିଟ୍ ଉଭୟ ଉଦ୍ୟୋଗ ଏବଂ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ହୋଇଥିବା ବେଳେ ବ୍ଲୁଜିନ୍ସ ବର୍ତ୍ତମାନ କେବଳ ଉଦ୍ୟୋଗଗୁଡ଼ିକ ପାଇଁ ଉଲବ୍ଧ । ଏୟାରଟେଲ ବ୍ଲୁଜିନ୍ସ ଜିଓମିଟ୍, ଜୁମ୍, ସିସ୍କୋ ୱେବକ୍ସ, ଗୁଗୁଲ୍ ମିଟ୍ ଏବଂ ମାଇକ୍ରୋସଫ୍ଟ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ।

ଏୟାରଟେଲ ବ୍ଲୁଜିନ୍ସ ପ୍ରଥମ ତିନିମାସ ପାଇଁ ମାଗଣା ହେବ, ଏହା ପରେ ଉପଭୋକ୍ତାମାନଙ୍କୁ ଟଙ୍କା ଦେବାକୁ ପଡିବ। ଏହି ସେବା ପାଇବାକୁ ହେଲେ ଗ୍ରାହକଙ୍କୁ ଏୟାରଟେଲର ୱେବସାଇଟରେ ପଞ୍ଜିକରଣ କରିବାକୁ ପଡିବ। ୱେବସାଇଟରେ ସବିଶେଷ ତଥ୍ୟ ଦାଖଲ କରିବାର ୨୪ ଘଣ୍ଟା ମଧ୍ୟରେ ମାଗଣା ଆକ୍ଟିଭେସନ୍ କରାଯିବ। ୩ମାସ ମାଗଣା ସେବା ପରେ ଗ୍ରାହକଙ୍କୁ ବଜାର ଅନୁଯାୟୀ  ଦେୟ ଦେବାକୁ ପଡିବ। ଏହାର ସବସ୍କ୍ରିପସନ୍ ଫି ବର୍ତ୍ତମାନ ପ୍ରକାଶ କରାଯାଇ ନାହିଁ ।

ଏୟାରଟେଲ ବ୍ଲୁଜିଆନ୍ସରେ ରିଅଲ୍ ଟାଇମ୍ ମିଟିଂ ଆନାଲିଟିକ୍ସ ପାଇବେ। ଏହା ବ୍ୟତୀତ ଲାଇଭ୍ ମିଟିଂ ନିୟନ୍ତ୍ରଣ ମଧ୍ୟ ଉପଲବ୍ଧ ହେବ। ବ୍ୟବହାରକାରୀମାନେ ଏୟାରଟେଲ ବ୍ଲୁଜିନ୍ସରେ ଡାଏଲର ସୁବିଧା ମଧ୍ୟ ପାଇବେ, ପ୍ରତି କଲ ପାଇଁ ୫୦ ପଇସା ଦେବାକୁ ପଡି । ଏହା ୱେବ୍ ବ୍ରାଉଜର୍ ଏବଂ ମୋବାଇଲ୍ ମାଧ୍ୟମରେ ଆକ୍ସେସ୍ ହୋଇପାରିବ ।

Comments are closed.