ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣା: ଠିକାଦାର ସମେତ ୨ ଅଟକ, ମୃତାହତଙ୍କ ପରିବାରକୁ କ୍ଷତିପୂରଣ ଦାବି  

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିର୍ମାଣାଧୀନ ନିୟୁ ଆରାଇଭାଲ ଛାତ ଭୁଶୁଡିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ପର୍ୟ୍ୟାୟରେ ତଦନ୍ତ ପାଇଁ କମିଶନରେଟ୍ ପୁଲିସ ତତ୍ତ୍ବାବଧାନରେ ପୂର୍ତ୍ତ ବିଭାଗ ଓ ରାଜ୍ୟ ଫରେନ୍ସିକ୍ ଲ୍ୟାବ୍ରୋଟୋରିର ସିଭିଲ ଇଞ୍ଜିନିୟରଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ବିମାନବନ୍ଦରରେ ନିର୍ମାଣ ହେଉଥିବା ଟର୍ମିନାଲର ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ତନତନ କରି ଯାଞ୍ଚ କରିବେ। ଯାଞ୍ଚ ପରେ ରିପୋର୍ଟ ଆଧାରରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୁଲିସ  ପୁଲିସ ପକ୍ଷରୁ କୁହାଯାଇଛି। ଏହା ସହ ଯାଞ୍ଚ ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ମଧ୍ୟ ଏକ ବୈଷୟିକ କିମିଟି ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ ଠିକାଦାର ଦିଲ୍ଲୀପ ଖଟେଇ ଓ ଜଣେ ଇଞ୍ଜିନିୟରଙ୍କୁ ଏୟାରଫ୍ଲିଟ୍ ଥାନାରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି।

ଏହି ଦୁର୍ଘଟଣାରେ ବଡମ୍ବା ଅଞ୍ଚଳର ଅନ୍ତର୍ୟ୍ୟାମୀ ଗୁରୁ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳର ନବକିଶୋର ସ୍ବାଇଁ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତାହତଙ୍କ ପରିବାର ଲୋକ ବିମାନବନ୍ଦରରେ ପହଞ୍ଚି କ୍ଷତିପୂରଣ ଦାବି କରିଛନ୍ତି। ସେମାନଙ୍କୁ ପୁଲିସ ବୁଝାସୁଝା କରୁଛି। କିନ୍ତୁ ମୃତକଙ୍କୁ ଏବଂ ଆହତଙ୍କୁ କେତେ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comments are closed.