ଏଏନ୍‌-୩୨ ବିମାନ ଆକାଶମାର୍ଗରୁ ନିଖୋଜ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଆକାଶମାର୍ଗରୁ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି । ଏହି ବିମାନରେ ୮ ଜଣ କ୍ରୂ ସଦସ୍ୟ ଓ ୫ ଜଣ ଯାତ୍ରୀଙ୍କ ସମେତ ମୋଟ ୧୩ ଜଣ ଥିଲେ । ନିଖୋଜ ବିମାନକୁ ଖୋଜିବା ପାଇଁ ସୁଖୋଇ ୩୦ ଏବଂ ସି ୧୩୦ ବିମାନ ନିୟୋଜିତ ହୋଇଛନ୍ତି ।

ସୋମାବାର ମଧ୍ୟାହ୍ନରେ ଆସାମର ଜୋରହାଟ ବିମାନ ବନ୍ଦରରୁ ଏଏନ୍‌-୩୨ ବିମାନ ଉଡାଣ ଭରିଥିଲା। ପରେ ଅରୁଣାଚଳ ପ୍ରଦେଶର ମଞ୍ଚୁକା ଆକାଶମାର୍ଗରୁ ନିଖୋଜ ହୋଇ ଯାଇଛି । ଦିନ ୧ଟା ସମୟରେ ବିମାନ ସହ ଶେଷ ସମ୍ପର୍କ କରାଯାଇଥିଲା।

ସୂଚନାଯୋଗ୍ୟ, ତିନି ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୬ ମସିହରେ ଚନ୍ନେଇରୁ ପୋର୍ଟ ବ୍ଲୟର ଯାଉଥିବା ଏଏନ-୩୨ ବିମାନ ନିଖୋଜ ହୋଇଯାଇଥିଲା। ଭାରତୀୟ ବାୟୁସେନାର ୧୨ ଜଣ ଯବାନ, ୬ ଜଣ କ୍ରୂ ସଦସ୍ୟ, ଜଣେ ନୌସୈନିକ ଓ ଜଣେ ସୁରକ୍ଷାକର୍ମୀଙ୍କ ସମେତ ଗୋଟିଏ ପରିବାର ୮ ଜଣ ସଦସ୍ୟ ସେହି ବିମାନରେ ଥିଲେ ।

Comments are closed.