ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବାୟୁସେନା ସଂସ୍କରଣର ସଫଳ ପରୀକ୍ଷା

ଭୁବନେଶ୍ୱର: ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବାୟୁସେନା ସଂସ୍କରଣର ସଫଳ ପରୀକ୍ଷା ବୁଧବାର ଦିନ କରାଯାଇଛି । ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ଏହାକୁ ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା ଘାଟିରୁ ପରୀକ୍ଷା କରାଯାଇଥିଲା । ଏକ ସୁପରସୋନିକ ଲଢୁଆ ବିମାନ ସୁଖୋଇ ୩୦ ଏମକେ-ଆଇରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବା ଜଣାଯାଇଛି । ଏହା ଭାରତୀ ପ୍ରତିରକ୍ଷା ବାହିନୀ ପାଇଁ ଏକ ବିରାଟ ସଫଳତା ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ଏଥିସହିତ ଦେଶରେ ବ୍ରହ୍ମୋସର ସମସ୍ତ ସଂସ୍କରଣର କ୍ରମାନ୍ୱୟ ଉତ୍ପାଦନ ନିମନ୍ତେ ପଥ ପରିଷ୍କାର ହୋଇଯାଇଛି ।

Comments are closed.