ସେପ୍ଟେମ୍ବର ୨୬ରେ ଡାଲହ୍ରଦ ଉପରେ ବାୟୁସେନାର ଏୟାର ସୋ

ଶ୍ରୀନଗର: ଭାରତୀୟ ବାୟୁସେନା ଚଳିତ ମାସ ୨୬ ତାରିଖରେ ଶ୍ରୀନଗରସ୍ଥିତ ଡାଲ ହ୍ରଦ ଉପରେ ଏୟାର ସୋ ଆୟୋଜନ କରିବାକୁ ଯାଉଛି। ଭାରତୀୟ ବାୟୁସେନାରେ ସାମିଲ ହେବା ନିମନ୍ତେ ଜମ୍ମୁ କାଶ୍ମୀର ଯୁବଗୋଷ୍ଠୀଙ୍କୁ ପ୍ରବର୍ତ୍ତାଇବା ଲକ୍ଷ୍ୟରେ ଏହି ସୋ ଆୟୋଜନ କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ସୋ’ରେ ପ୍ରାୟ ୩ହଜାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗଦେବା ଆଶା କରାଯାଉଛି। କାଶ୍ମୀରର ଡିଭିଜନାଲ କମିଶନର ପାଣ୍ଡୁରଙ୍ଗ କେ ପୋଲଙ୍କ କହିବା ଅନୁଯାୟୀ ଏହି ଅଞ୍ଚଳର ଯୁବଗୋଷ୍ଠୀ ବାୟୁସେନାରେ ସାମିଲ ହେବା ଏବଂ ସେଠାରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏଭଳି ଏୟାର ସୋ ଆୟୋଜନ କରାଯାଇଛି। ଏହା ପୂର୍ବରୁ ପୋଲ୍‍ ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନର ପ୍ରିନସିପାଲମାନଙ୍କର ବୈଠକରେ ମଙ୍ଗଳବାର ଅଧ୍ୟକ୍ଷତା କରି ଏଥିରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଉପରେ ଜୋର୍‍ ଦେଇଥିଲେ। ଆଜାଦି କା ଅମୃତ ମହୋତ୍ସବର ଅଂଶବିଶେଷ ଭାବରେ ଏହି ସୋ ଆୟୋଜନ କରାଯାଉଛି ଏବଂ ଏହାର ଶୀର୍ଷକ ରଖାଯାଇଛି ‘ଗିଭ ୱିଙ୍ଗ୍‍ଓ ଟୁ ୟୋର ଡ୍ରିମ୍ସ’।

Comments are closed.