ଘାତକ ବାୟୁ ପ୍ରଦୂଷଣ: ୨୦୧୯ରେ ଭାରତରେ ନେଇଛି ୧୬ ଲକ୍ଷ ଜୀବନ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଘାତକ ହୋଇଛି ବାୟୁ ପ୍ରଦୂଷଣ । ଗତବର୍ଷ ପ୍ରଦୂଷଣ ଯୋଗୁଁଦେଶରେ ୧୬ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ଏହାମଧ୍ୟରେ ବହୁ ନବଜାତ ଶିଶୁ ମଧ୍ୟ ସାମିଲ । ଷ୍ଟେଟ ଅଫ୍ ଗ୍ଲୋବାଲ ଏୟାର ୨୦୨୦ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ଷ୍ଟେଟ୍ ଅଫ୍ ଗ୍ଲୋବାଲ୍ ଏୟାର  ରିପୋର୍ଟ ଅନୁଯାୟୀ ଗତ ବର୍ଷ ବାହ୍ୟ ତଥା ଘରୋଇ ବାୟୁ ପ୍ରଦୂଷଣ ହେତୁ  ହୃଦଘାତ, ମଧୁମେହ, ଫୁସଫୁସ କର୍କଟ, ଗୁରୁତର ଫୁସଫୁସ ରୋଗରେ ଲୋକଙ୍କ ମୃତ୍ୟୁ ଘଟିଛି ।

ବିଶ୍ଵରେ ଏହି ସଂଖ୍ୟା ୬.୬୭ ନିୟୁତ ହୋଇଥିବାବେଳେ କେବଳ ଭାରତରେ ୧.୬ ନିୟୁତ ଲୋକ ମୃତ୍ୟୁବରଣ କରିଛନ୍ତି ।  ଭାରତ ଓ ଆଫ୍ରିକୀୟ ଦେଶରେ ଏହି ସଂଖ୍ୟା ଅଧିକ ବୋଲି ଏଥିରେ ପ୍ରକାଶ ପାଇଛି ।

ଅନୁରୂପ ଭାବରେ ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟ୍ (HEI) ର ବାର୍ଷିକ ଗ୍ଲୋବାଲ୍ ଏୟାର ୨୦୨୦ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ବର୍ତ୍ତମାନ ଲୋକଙ୍କ ଅସୁସ୍ଥ ହେବାର ଏକ ପ୍ରମୁଖ କାରଣ ପାଲଟିଛି।

ବାୟୁ ପ୍ରଦୂଷଣ ହେତୁ ଫୁସଫୁସ କର୍କଟ ରୋଗ ବୃଦ୍ଧି ପାଉଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନାରେ ମହିଳାମାନଙ୍କୁ ଘରୋଇ ଏଲପିଜି ସିଲିଣ୍ଡର ବଣ୍ଟନ କରାଯାଉଛି। ଯେଉଁଥିପାଇଁ ଗ୍ରାମଗୁଡିକରେ ପ୍ରଦୂଷଣ ମୁକାବିଲା କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

Comments are closed.