ଆଞ୍ଚଳିକ ସମ୍ବାଦ ବିଭାଗ ମୁଖ୍ୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଟକ: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ବିଭାଗର ମୁଖ୍ୟ ଉପ-ନିର୍ଦ୍ଦେଶକ ତଥା ଭାରତୀୟ ସୂଚନା ସେବା ଅଧିକାରୀ କେ. ପି. ରାଜୀବନ ଶୁକ୍ରବାର ତାଙ୍କ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ କଟକ ଆକାଶବାଣୀ ପରିସରରେ କେନ୍ଦ୍ର ନିର୍ଦ୍ଦେଶକ ସୁହାସ ମହାନ୍ତି ଓ କେନ୍ଦ୍ର ମୁଖ୍ୟ ପି.କେ. ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅବସରକାଳୀନ ସଭାରେ କେ. ପି. ରାଜୀବନଙ୍କ କର୍ମମୟ ଜୀବନ ସମ୍ପର୍କରେ ସମ୍ବାଦ ବିଭାଗ ସମ୍ପାଦକ ତପନ କୁମାର ମହାରଣା, ପାର୍ଥ ସାରଥୀ ମଲ୍ଲିକ ଓ ସମ୍ବାଦ ପାଠକ ବିରଞ୍ଚି ନାରାୟଣ ସେଠୀ ଏବଂ ଅନୁଭାଗ ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତି ପ୍ରମୁଖ ଆଲୋକପାତ କରିଥିଲେ।

ଅନ୍ୟପକ୍ଷରେ ଆଞ୍ଚଳିକ ସମ୍ବାଦ ପାଠକ ଓ ପାଠିକାମାନଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକରେ ରାଜୀବନଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ସମ୍ବାଦ ପାଠକ/ପାଠିକା ଜୟ ପ୍ରକାଶ ମହାନ୍ତି, ବିଜୟ କୁମାର ତ୍ରିପାଠୀ, ସଂଯୁକ୍ତା ରଥ, ସରିତା ସାହୁ, ପ୍ରଜ୍ଞା ପରମିତା ଜେନା, ଚନ୍ଦନ ଘୋଷ, ସ୍ଵାଗତିକା ବେହେରା, ଆଶୁତୋଷ ପତି, ଆଦିତ୍ୟ ନାରାୟଣ ଦାଶ, ରଶ୍ମିତା ଦାଶ, ସୁଚିସ୍ମିତା ସାହୁ, ସୁବାସ ଶତପଥି, ନୀନା ସାହୁ ଓ ଶୁଭେନ୍ଦୁ କୁମାର ପଣ୍ଡା ପ୍ରମୁଖ ରାଜୀବନଙ୍କ ସ୍ୱଳ୍ପ ସମୟ ମଧ୍ୟରେ ଆଞ୍ଚଳିକ ସମ୍ବାଦ ବିଭାଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ବାଦ ପାଠକ ମଳୟ ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନା ଯୋଗ୍ୟ, ଭାରତୀୟ ସୂଚନା ସେବାରେ ୧୯୯୨ରେ ଯୋଗ ଦେଇଥିବା କେରଳ ବାସିନ୍ଦା ରାଜୀବନ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କର ଚାକିରୀ ଜୀବନ ଓଡ଼ିଶା ତଥା କଟକ ଆକାଶବାଣୀରେ କଟିଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି।

Comments are closed.