ରୋମ୍‍, ମିଲାନ ଓ ସିଓଲକୁ ଏୟାର୍‍ ଇଣ୍ଡିଆ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ

ନୂଆଦିଲ୍ଲୀ :  ଜାତୀୟ ବିମାନ ଚଳାଚଳ ସଂସ୍ଥା ଏୟାର୍‍ ଇଣ୍ଡିଆ ରୋମ୍‍, ମିଲାନ ଓ ସିଓଲକୁ ତାର ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରଖିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ମାର୍ଚ୍ଚ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଇଟାଲୀର ପ୍ରଥମେ ରୋମ୍‍କୁ ବିମାନ ଚଳାଚଳ ବନ୍ଦ କରିବାକୁ ସ୍ଥିର କରାଯାଇଥିଲା। ପରେ ଇଟାଲୀର ମିଲାନ୍‍ ଓ ଦକ୍ଷିଣ କୋରିଆର ସିଓଲକୁ ମାର୍ଚ୍ଚ ୧୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Comments are closed.