ପ୍ରଫେସନାଲ୍ସ କଂଗ୍ରେସର ପ୍ରଥମ ବୈଠକ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଲୋକସଭା ପ୍ରଫେସନାଲ୍ସ କଂଗ୍ରେସର ସଭାପତି ମିତ୍ରଭାନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରର କଳା କୃଷି ଆଇନ ବିରୋଧରେ କୃଷକମାନେ ଚଳାଇଥିବା ଆନ୍ଦେଳନକୁ ସମର୍ଥନ କରାଯାଇଥିଲା ା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଏବଂ ସାମାଜିକ ସେବାରେ ନିୟୋଜିତ ଥିବା ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଯୋଗଦେଇ ସଂଗଠନର ଆଗାମୀ ଦିନରେ କାର୍ଯ୍ୟକ୍ରମ ଖସଡ଼ା ବାବଦରେ ଆଲୋଚନା କରାଯିବା ସହିତ ମୋଦି ଓ ନବୀନ ସରକାରର ଭ୍ରଷ୍ଟାଚାର, ଦୁର୍ନୀତି ଓ କୁଶାସନ ବିରୋଧରେ ଜନମତ ସୃଷ୍ଟି କରିବାପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଏଆଇପିସି ସଂଗଠନର ରାଜ୍ୟ ସଂପାଦିକା ମନୀଷା ନନ୍ଦ, ରାଜ୍ୟ ସଂଯୋଜକ ରଞ୍ଜିତ କୁମାର ମହାନ୍ତି, ସାସ୍ୱତ୍ ମହାନ୍ତି, ଜିଲା କଂଗ୍ରେସ ଲିଗାଲ ସେଲ୍ଫର ଅଧ୍ୟକ୍ଷ ମନୋଜ ନାୟକଙ୍କ ସମେତ ବହୁ ଜିଲା କଂଗ୍ରେସ ନେତା ଓ ବ୍ଲକ କଂଗେସ କମିଟିର ସଭାପତି ଯୋଗଦେଇଥିଲେ।