ନନ୍ଦିକେଶ୍ୱର ମହାଦେବଙ୍କ ପୀଠରୁ ଅହିରାଜ ସର୍ପ ଉଦ୍ଧାର

ପାତ୍ରପୁର: ପାତ୍ରପୁର ବ୍ଲକ ଖରଣୀପଡା ପଂଚାୟତ ଅନ୍ତର୍ଗତ ଚୈତନ୍ୟଚନ୍ଦ୍ରପୁର ଶାସନ ଗ୍ରାମରେ ଥିବା ନନ୍ଦିକେଶ୍ୱର ମହାଦେବଙ୍କ ପୀଠରୁ ବୁଧବାର ବନବିଭାଗ ଓ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ମିଳିତ ଉଦ୍ୟମରେ ଏକ ଅହିରାଜ ସର୍ପ ଉଦ୍ଧାର ହୋଇଛି । ମନ୍ଦିରର ଦାନହୁଣ୍ଡି ତଳେ ଏକ ବିରାଟ ସର୍ପ ଦେଖି ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ରେଞ୍ଜର ରାଜତ କୁମାର ମିଶ୍ର ପହଂଚି ପ୍ରଥମେ ସ୍ଥିତି ଅନୁଧ୍ୟାନ କରି ବ୍ରହ୍ମପୁର ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ରାତ୍ର ୯ଘଣ୍ଟ ବେଳେ ସର୍ପଟି ଉଦ୍ଧାର ହୋଇଥିଲା । ଜବତ ଅହିରାଜ ସର୍ପ ପ୍ରାୟ ୯ ଫୁଟ ଲମ୍ବ ହେବ ଏବଂ ଏହାକି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ରେଞ୍ଜର କହିଛନ୍ତି ।

Comments are closed.