ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ସର୍ବୋତ୍ତମ ରାଜ୍ୟ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ସର୍ବୋତ୍ତମ ରାଜ୍ୟ ଭାବେ ବିବେଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି । ୩୧ ଜୁଲାଇ, ୨୦୨୦ ପର୍ଯ୍ୟନ୍ତ ଏହି ଯୋଜନାରେ ୫୧ ଲକ୍ଷ ପଲିସି ଅନ୍ତର୍ଭୁକ୍ତ ହୋଇଛି । କୃଷକମାନଙ୍କ ସଶକ୍ତିକରଣ ଏବଂ କୃଷି ଆୟ ବୃଦ୍ଧି ପାଇଁ ରାଜ୍ୟରେ କୃଷିର ନିରନ୍ତର ବିକାଶକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.