ଆତ୍ମନିର୍ଭର ଭାରତ: କୃଷି ଭିତ୍ତିଭୂମି ବିକାଶ ଲାଗି ୧ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: କରୋନା ପରବର୍ତୀ ସ୍ଥିତିର ମୁକାବିଲା ସହ ଆତ୍ମନିର୍ଭରଶୀଳ ଭାରତ ଗଠନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ୨୦ ଲକ୍ଷ କୋଟି ଯୋଜନା ସମ୍ପର୍କରେ କ୍ରମାଗତ ତୃତୀୟ ଦିନରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସରକାର କୃଷି ଓ କୃଷି ଭିତ୍ତିଭୂମି ନିମନ୍ତେ ଏହି ଯୋଜନାରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି । କେବଳ କୃଷି ଭିତ୍ତିଭୂମି ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

କୃଷି ଭିତ୍ତିଭୂମି ଉନ୍ନତି ପାଇଁ ୧ଲକ୍ଷ କୋଟିର ଫଣ୍ଡ ହେବ । ଶୀତଳଭଣ୍ଡାର, କୃଷିଜାତ ଦ୍ରବ୍ୟର ପରିବହନ, ରପ୍ତାନୀ ପାଇଁ ଏହି ଫଣ୍ଡ ଦିଆଯିବ । ଏଥିରେ କୃଷକଙ୍କ ଆୟ ବଢ଼ିବା ସୁବିଧା ହେବ । ସ୍ଥାନୀୟ ଉତ୍ପାଦନ ପ୍ରଚାର ପାଇଁ ୧୦ହଜାର କୋଟି ଫଣ୍ଡ ହେବ । ସ୍ଥାନୀୟ ଉତ୍ପାଦର ପ୍ରଚାର ପାଇଁ ଏହି ଫଣ୍ଡ ଖର୍ଚ୍ଚ ହେବ । ହର୍ବାଲ, ଅର୍ଗାନିକ ଓ ପୋଷାକ ଉତ୍ପାଦ ଉପରେ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ରାଜ୍ୟର ଉତ୍ପାଦ ହେଉଥିବା ଦ୍ରବ୍ୟକୁ ନେଇ କ୍ଲଷ୍ଟର କରାଯିବ । ଏଥିପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

 

Comments are closed.