MEllora 950×100

କାର୍‌‌ – ଟ୍ରକ ଧକ୍କା ; ୪ ମୃତ, ବର ସମେତ ୭ ଆହତ

ଆଗ୍ରା : ଆଗ୍ରାର ଫତେପୁର ସୀକରିରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫତେପୁର ସୀକରି ଆଗ୍ରା-ଜୟପୁର ଜାତୀୟ ରାଜପଥ ଫତେପୁର ସିକରୀ ଟୋଲ ପ୍ଲାଜା ନିକଟରେ ବରଯାତ୍ରୀ କାର ସହ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର ସମେତ ୭ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍‌‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାରରେ ଥିବା ୪ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। କାରରେ ପ୍ରାୟ ବର ସମେତ ୧୩ ଜଣ ଲୋକେ ଯାତ୍ରା କରୁଥିଲେ। ସଭିଏଁ ରାଜସ୍ଥାନ ଜିଲା ରାମସମନ୍ଦର ସରୋଡ ଗାଁର ବାସିନ୍ଦା। ଶନିବାର ସମସ୍ତେ ବରଯାତ୍ରୀ ନେଇ ପଟନା ଯାଉଥିବା ସମୟରେ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

Comments are closed.