ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା

ଆଗଲପୁର : ଆଗଲପୁର ଚନ୍ଦ୍ରଶେଖର ସାହିତ୍ୟ ସଂଘ ଆନୁକୂଲ୍ୟରେ ଚତୁର୍ଥତମ ମହାଲକ୍ଷ୍ମୀ ପୁଜା ପାଇଁ କଳଶଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କଳଶ ଯାତ୍ରାରେ ପୁଜାକର୍ତ୍ତା ଦାୟିତ୍ତ୍ୱ ତୁଲାଇବାପାଇଁ ନବକୀଶୋର ମେହେର ସପତ୍ନିକ କଳସଯାତ୍ରାରେ ଭାଗ ନେଇଥିଲେ। କୋଭିଡ ନିୟମ ଅନୁଶାରେ ଘଣ୍ଟ, ଶଂଖ ଦ୍ୱାରା ରାଜ ପୁରୋହିତ ଚିନ୍ତାମଣି ପାଠୀ ଓ ଚନ୍ଦ୍ରଶେଖର ସାହିତ୍ୟ ସଂଘର ସଦସ୍ୟଙ୍କ ଉପସ୍ଥିତିରେ ନିକଟସ୍ଥ ଅଙ୍ଗ ନଦୀରୁ ଜଳ ଆଣି ପୂଜା ମଣ୍ଡପକୁ ପହଞ୍ଚିଥିଲେ। ଚନ୍ଦ୍ରଶେଖର ସାହିତ୍ୟ ସଂଘର ସଭାପତି ବିଜୟ କୁମାର ମେହେର, ସମ୍ପାଦକ ସମୀର କୁମାର ସିଂଦେଓ, ପୂଜା କମଟିର ସଭାପତି ଦେବେନ୍ଦ୍ର କୁମାର ମେହେର, କୋଷାଧ୍ୟକ୍ଷ ବ୍ୟୋମକେଶ ପାଠୀ ଓ ଚନ୍ଦ୍ରଶେଖ ସାହିତ୍ୟ ସଂଘର ସଦସ୍ୟ ମାନଙ୍କ ତତ୍ତ୍ୱାବଧାନରେ ମହାଲକ୍ଷ୍ମୀ ପୂଜାର ଆୟୋଜନ କରାଯାଇଛି। ଚଳିତବର୍ଷ ମହାମାରୀ କୋଭିଡ ନିୟମ ଅନୁସାରେ କେବଳ ଲକ୍ଷ୍ମୀପୁଜା ସହିତ ଲକ୍ଷ୍ମୀପୁରାଣ ପଠନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦେଇଛନ୍ତି।

Comments are closed.