ଲକଡାଉନ ପରେ, ଓଡ଼ିଶାରେ ଦାଦନ ଖଟୁଥିବା ପ୍ରବାସୀଙ୍କ ହଟହଟା

ରେଙ୍ଗାଲିକ୍ୟାମ୍ପ: କରୋନା ସ୍ଥିତି ଅସମ୍ଭାଳ ହେବାରୁ ପଡୋଶୀ ରାଜ୍ୟ ଛତିଶଗଡରେ ଲକଡାଉନ କଟକଣା କଡା କଡ଼ି କରିବା ସହ ବସ୍ ତଥା ଯାନ ବାହନ ଚଲା ଚଳ ବନ୍ଦ କରି ଦିଆଯାଇଛି। ବାହାର ରାଜ୍ୟରୁ ଲୋକଙ୍କୁ ପ୍ରବେଶ ନିଷେଧ କରାଯାଇଛି।ଓଡ଼ିଶାରେ ପୁଣି ଏବେ ଲକଡ଼ାଉନ ଓ ସଟଡାଉନ୍ କଟକଣା ଜାରି ହେବା ଦ୍ବାରା କଟକରେ ଦାଦନ ଖଟୁଥିବା ପ୍ରବାସୀ ଛତିଶଗଡର ଲୋକଙ୍କୁ ତାଙ୍କ ମାଲିକ କାମରୁ ଛଟେଇ କରି ଦେଇଥିଲେ। କିନ୍ତୁ ସେମାନେ ତାଙ୍କ ରାଜ୍ୟକୁ ଫେରିବା ବର୍ତ୍ତମାନ ଦୁଃସହ ହୋଇପଡିଛି। ଓଡ଼ିଶାରୁ କୌଣସି ବସ ଛତିଶଗଡକୁ ଯାଉନାହିଁ।

ଏପରିକି ଏଇ ପ୍ରବାସୀ ଛତିଶଗଡ଼ ଅଧିବାସୀମାନଙ୍କୁ କୌଣସି ଗାଡ଼ି ଭଡ଼ାରେ ନେବାପାଇଁ ବି ରାଜି ହେଉନାହାଁନ୍ତି କରୋନା ସଂକ୍ରମଣ ଭୟରେ। ପ୍ରବଳ ଗ୍ରୀଷ୍ମ ଖରାରେ ଛୋଟ ଛୋଟ ପିଲାଙ୍କୁ ଧରି କୌଣସି ମତେ ଟ୍ରକରେ ଅତାବିରା ପର୍ଯ୍ୟନ୍ତ ଆଜି ପହଞ୍ଚିଥିଲେ। କିନ୍ତୁ ଅତାବିରାରେ ଆଉ ଗାଡ଼ି ମିଳୁ ନଥିବା ନେଇ ସେମାନେ ରାସ୍ତା କଡ଼ରେ ବହୁ ସମୟ ଧରି ବସିରହିଥିଲେ।ତାଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇବା ପାଇଁ ମଧ୍ୟ ଲୋକେ କୁଣ୍ଠା ପ୍ରକାଶ କରିଥିଲେ। ସେମାନଙ୍କୁ ଦେଖିଲେ ବେଶ୍ ଭଲ ଭାବେ ହୃଦୟଙ୍ଗମ କରି ହେଉଥିଲା କି କରୋନା ଆଜି ମଣିଷର ମାନବିକତାକୁ ନଷ୍ଟ କରିଦେଇଛି। ବହୁ କଷ୍ଟେ ମଷ୍ଟେ କାକୁତି ମିନତି କରି ତିନିଟି ଅଟୋ ଭଡ଼ା କରି ସେମାନେ ତାଙ୍କ ରାଜ୍ୟ ଅଭିମୁଖେ ଯାଇଛନ୍ତି। କିନ୍ତୁ ସେଠାରେ ବି ଏମାନଙ୍କୁ ପ୍ରବେଶ କରିବା ପାଇଁ ଆଉ କେତେ କଷ୍ଟ ସହିବାକୁ ପଡ଼ିବ ତାହା ଅନୁମାନ ହେଉଛି। ତେବେ ଏମିତି ପ୍ରବାସୀମାନଙ୍କ ଫେରିବା ପାଇଁ ସରକାରୀ ସ୍ତରରେ କିଛି ନିୟମ ଲାଗୁ ହେବା ଉଚିତ୍ ବୋଲି ସାଧାରଣରେ ଦାବି ହେଉଛି।

Comments are closed.