ଆମେରିକା, ଅଷ୍ଟ୍ରେଲିଆ ବି ନିଷିଦ୍ଧ କରିବ ଚାଇନା ଆପ୍

ନୂଆଦିଲ୍ଲୀ : ଭାରତ ସରକାର ଚାଇନାର ୫୯ଟି ଆପ୍ସକୁ ନିଷିଦ୍ଧ କରିବା ପରେ ଆମେରିକା ଓ ଅଷ୍ଟ୍ରେଲିଆ ଅନୁରୂପ ପଦକ୍ଷେପ ନେବାକୁ ଯାଉଛନ୍ତି। ଆମେରିକା ଓ ଅଷ୍ଟ୍ରେଲିଆ ସରକାର ଟିକ୍ଟକ୍ ସମେତ ଅନ୍ୟାନ୍ୟ ଚାଇନା ଆପ୍ସକୁ ନିଷିଦ୍ଧ କରିବା ଲାଗି ବିଚାର କରୁଛନ୍ତି। ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ଓ ତଥ୍ୟ ଚୋରି ଆଶଙ୍କା କରି ଦୁଇ ଦେଶ ଏପରି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଚାଇନା ଆପ୍ସକୁ ନିଷିଦ୍ଧ ସହିତ ଏହି ଦୁଇଦେଶ ସ୍ବଦେଶୀ ଆପ୍ସ ବ୍ୟବହାରକୁ ଗୁରୁତ୍ବ ଦେଇଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ କହିଛନ୍ତି ଯେ ଟ୍ରମ୍ପ ସରକାର ଟିକ୍ଟକ ଓ ଚାଇନାର ଅନ୍ୟ ସୋସିଆଲ ମିଡିଆକୁ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି। ଗତ ଜୁନ୍ ମାସରେ ଟିକ୍ଟକ୍କୁ ବିଶ୍ବବ୍ୟାପୀ ୫୩ ନିୟୁତ ଲୋକ ସେମାନଙ୍କ ମୋବାଇଲରେ ଡାଉନଲୋଡ କରିଛନ୍ତି।