ନିର୍ବାଚନ ପରେ ଇଭିଏମ୍‌ଗୁଡ଼ିକର ସୁରକ୍ଷା ନେଇ ମାମଲା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେବା ଉଦ୍ଧେଶ୍ୟରେ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର ହୋଇଛି। ତାମିଲନାଡୁ ଆନ୍ନାଲ ଆମ୍ବେଦକର ଲ’ ଆସୋସିଏସନ୍‌ର ସଭାପତି ଏମ୍‌. ଶ୍ରୀନିବାସନ୍‌ ଏହି ମାମଲା ଦାୟର କରିଛନ୍ତି। ନିର୍ବାଚନ ପରେ ମଧ୍ୟ ଇଭିଏମ୍‌ଗୁଡ଼ିକ​‌େ​‌ର ଜାଲିଆତି ହେବା ନେଇ କିଛି ବିରୋଧୀ ଦଳଙ୍କ ଆଶଙ୍କା ପରିପ୍ରେକ୍ଷୀ​​ରେ  ଶ୍ରୀନିବାସନ୍‌ ଏହି ଆବେଦନ କରିଛନ୍ତି। ନିର୍ବାଚନ ପରେ ଇଭିଏମ୍‌ଗୁଡ଼ିକର ସୁରକ୍ଷା ଦାୟିତ୍ବ ନିର୍ବାଚନ ଆୟୋଗଙ୍କର ହୋଇଥିବାବେଳେ ସୀମିତ ପ୍ରଶାସନିକ ଅଧିକାରୀ ହିଁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିଥାଆନ୍ତି। ମତଦାନ ଦିନ ଓ ଗଣତି ଦିନ ମଧ୍ୟରେ ପ୍ରାୟ ୪୦ଦିନ ଫାଙ୍କା ରହୁଥିବାରୁ ଇଭିଏମ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ଓ ଯତ୍ନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ସମୟ ମଧ୍ୟରେ ଆବଶ୍ୟକ ଯାଞ୍ଚ କରା ନଗଲେ ଜାଲିଆତି ହେବାର ଆଶଙ୍କା ରହିଥିବା ବୋଲି ଶ୍ରୀନିବାସନ୍‌ ଦର୍ଶାଇଛନ୍ତି। ଆସନ୍ତା ସପ୍ତାହରେ ଏହି ଆବେଦନ ଉପ​‌େ​‌ର ଶୁଣାଣିର ସମ୍ଭାବନା ରହିଛି।

Comments are closed.