ନ୍ୟୁୟର୍କରେ ପହଞ୍ଚିଲେ ମୋଦୀ, ଆଜି ସନ୍ଧ୍ୟାରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦବୋଧନ

ନ୍ୟୁୟର୍କ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସକାଳୁ(ଭାରତୀୟ ସମୟ)ନ୍ୟୁୟର୍କରେ ପହଞ୍ଚିଛନ୍ତି । ଆମେରିକା ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ସେ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେବେ। ମିଳିତ ଜାତିସଂଘର ୭୬ତମ ସାଧାରଣ ପରିଷଦ ବୈଠକରେ, ଭାରତୀୟ ସମୟ ସନ୍ଧ୍ୟା ୬.୩୦ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ନ୍ୟୁୟର୍କରେ ଭାରତୀୟ ସମୁଦାୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

Comments are closed.