କୋଭିଡ -୧୯ : ଇଟାଲୀରେ ତିନି ମାସ ପରେ କରୋନା ମାମଲା ହ୍ରାସ

ରୋମ : ଇଟାଲୀରେ କରୋନା ମହାମାରୀର ଗ୍ରାଫ୍ ବର୍ତ୍ତମାନ ତିନିମାସ ପରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଫେବୃଆରୀ ୨୧ପର ଠାରୁ ଦେଶର ଉତ୍ତର ଲୋମ୍ବାର୍ଡି ଅଞ୍ଚଳରେ କୋଭିଡ-୧୯ ସଂକ୍ରମଣ ବ୍ୟାପିବାରେ ଲାଗିଲା । ଦେଶର ନାଗରିକ ସୁରକ୍ଷା ବିଭାଗ କହିଛି ଯେ ବର୍ତ୍ତମାନ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକ ମଧ୍ୟରେ ୧,୭୯୨ ହ୍ରାସ ପାଇ ୬୦ ହଜାର ୯୬୦ଟି ସକ୍ରିୟ ମାମଲା ରହିଛି ।

ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆ,ନାଗରିକ ସୁରକ୍ଷା ବିଭାଗର ସୂଚନା ଆଧାରରେ କହିଛି ଯେ, “ଚିକିତ୍ସା ପରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ୨ ହଜାର ୨୭୮ ଅଧିକ ରହିଛି, ଫଳରେ ଏହି ସଂଖ୍ୟା ୧ ଲକ୍ଷ ୩୪ ହଜାର ୫୬୦ କୁ ବୃଦ୍ଧି ପାଇଛି । ଇଟାଲୀରେ କରୋନା ମହାମାରୀ ଯୋଗୁ ଗତ ୨୪ ଘଣ୍ଟା ମଧ୍ୟରେ ୧୫୬ ଜଣଙ୍କର ମୃତ୍ୟୁ ଘଟିଥିଲା । ତେଣୁ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ହୋଇଥିବା ମୋଟ ୨ ଲକ୍ଷ ୨୮ ହଜାର ୦୬ ମାମଲା ମଧ୍ୟରୁ ମୃତ୍ୟୁ ସଂଖ୍ୟା ୩୨ହଜାର ୪୮୬ରେ ରହିଛି ।

Comments are closed.