MEllora 950×100

ଆରମ୍ଭ ହେଲା ଅଫତାବର ନାର୍କୋ ଟେଷ୍ଟ; ହୋଇପାରେ ବ୍ରେନ୍‌ ମ୍ୟାପିଂ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବର ନାର୍କୋ ଟେଷ୍ଟ ଆରମ୍ଭ ହୋଇଛି । ରୋହିଣୀ ସ୍ଥିତ ଭୀମରାଓ ଆମ୍ବେଦକର ଡାକ୍ତରଖାନାରେ ଚାଲିଛି ଅଫତାବର ମିଛ ଧରା ପରୀକ୍ଷା । କଡା ସୁରକ୍ଷା ବଳୟ ମଧ୍ୟରେ ପୁଲିସ ଅଫତାବକୁ ଡାକ୍ତରଖାନାକୁ ନେଇଛି । ମିଳିଥିବା ସୂଚନା ଅନୁସାରେ ଅଫତାବର ନାର୍କୋ ଟେଷ୍ଟ କରାଉଥିବା ଏଫଏସଏଲ ଟିମ୍‌ ଆମ୍ବେଦକର ଡାକ୍ତରଖାନାରେ ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ ପହଞ୍ଚିଥିଲେ ।

ଡାକ୍ତରଖାନାରେ ପହଞ୍ଚିବା ପରେ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ । ଅଫତାବ ପହଞ୍ଚିବା ପରେ ଆନାସ୍ଥେସିଆ ଦିଆଯାଇଥିଲା । ପରେ ଅଫତାବର ନାର୍କୋ ଟେଷ୍ଟ କରାଯାଇଛି ।  ସେପଟେ ଶ୍ରଦ୍ଧା ୱାଲକର ହତ୍ୟା ଘଟଣାର ଅନୁସନ୍ଧାନ କରୁଛି ଏସଆଇଟି  । ଏସଆଇଟି ପକ୍ଷରୁ ଜୋରଦାର ତଦନ୍ତ କରାଯାଉଥିବା ବେଳେ, ଏପର୍ଯ୍ୟନ୍ତ ମେହେରୁଲି ଜଙ୍ଗଲ ଏବଂ ଗୁରୁଗ୍ରାମର ଏକ ବୁଦାରୁ ୨୫ରୁ ୩୦ ଖଣ୍ଡ ହାଡ ଜବତ କରିଛି ।

ହାଡ଼ ଗୁଡ଼ିକୁ ଚିହ୍ନଟ ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଇଦିଆଯାଇଛି । ଖାଲି ସେତିକି ନୁହେଁ, ଘଟଣାକୁ ନେଇ ପ୍ରାୟ ୫୦ଜଣଙ୍କୁ ପଚରାଉଚରା କରିଛି ଏସଆଇଟି । ଉଭୟ ଶ୍ରଦ୍ଧା ଓ ଅଫତାବର ପାରିବାରକୁ ଏସଆଇଟି ପଚରାଉଚରା କରିବା ସହ ଶ୍ରଦ୍ଧାଙ୍କ ବନ୍ଧୁ, ଆଫତାବଙ୍କ ବନ୍ଧୁଙ୍କ ଓ କିଛି ସ୍ଥାନୀୟ ଲୋକଙ୍କ ବୟାନ ରେକର୍ଡ କରିଛି । କିନ୍ତୁ ଏପର୍ଯ୍ୟନ୍ତ ପୁଲିସ କୌଣସି ପ୍ରତ୍ୟକ୍ଷଦର୍ଶୀଙ୍କୁ ପାଇନାହିଁ ।

Comments are closed.