ଅଫତାବ୍‍ କରୋନା ସଂକ୍ରମିତ

ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ଅଭିନେତା ଅଫତାବ ଶିବଦାସାନୀ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ସେ ନିଜେ ସୂଚନା ଦେଇଛନ୍ତି। ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ସାମାଜିକ ଗଣମାଧ୍ୟମରେ ସେ ଲେଖିଛନ୍ତି, “ମୁଁ ଠିକ୍‍ ଅଛି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ କ୍ୱାରେଣ୍ଟାଇନରେ କିଛି ଦିନ ରହିବି । ଗତ କିଛି ଦିନ ହେବ ଶୁଖିଲା କାଶ ଓ ଜ୍ୱର ରହିଥିବାରୁ ମୁଁ ଟେଷ୍ଟ କରାଇଥିଲି । ଦୁର୍ଭାଗ୍ୟବଶତଃ ଏହା ପଜିଟିଭ ଆସିଛି । ତେବେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଆପଣମାନଙ୍କ ପାଖକୁ ଫେରିବି।”

ସୂଚନାଯୋଗ୍ୟ, କରୋନାର ପ୍ରକୋପ ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଅନେକ ବଲିଉଡ଼ ସେଲିବ୍ରିଟି କରୋନାର ଶିକାର ହୋଇ ସାରିଲେଣି।

 

Comments are closed.