ବସ୍ରେ ବିସ୍ଫୋରଣ ; ୫ ମୃତ

ନୂଆଦିଲ୍ଲୀ : ଉତ୍ତର ଆଫଗାନିସ୍ତାନର ବଲ୍ଖ ପ୍ରାନ୍ତରେ ଏକ ତେଲ କମ୍ପାନୀର କର୍ମଚାରୀଙ୍କୁ ନେଇ ଯାଉଥିବା ଗାଡିରେ ମଙ୍ଗଳବାର ବିସ୍ଫୋରଣ ହୋଇଛି। ଏଥିରେ ଏଯାଏଁ ପ୍ରାୟ ପାଞ୍ଚ ଜଣଙ୍କ ଜୀବନ ଚାଲି ଯାଇଥିବା ନେଇ ଖବର ମିଳିଛି। ସକାଳ ପ୍ରାୟ ୭ଟାରେ ଏହି ଅଘଟଣ ଘଟିଛି। ଏକ ବସ୍ରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ତୈଳ କମ୍ପାନୀରେ କର୍ମଚାରୀମାନେ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି।
Comments are closed.