ଆଫଗାନିସ୍ତାନକୁ ବାହାରୁ ନିୟନ୍ତ୍ରଣ କରାଯାଇପାରିବ ନାହିଁଁ: ଇମ୍ରାନ ଖାଁ

ଇସଲାମାବାଦ: ଆଫଗାନିସ୍ତାନକୁ ବାହାରୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଇସଲାମାବାଦ ଏହି ଯୁଦ୍ଧବିଧ୍ୱସ୍ତ ରାଷ୍ଟ୍ରକୁ ସମର୍ଥନ ଯୋଗାଇଦେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି। ଦୁସାନବେଠାରେ ଏସସିଓ ବୈଠକରେ ଉଦବୋଧନ ଦେଇ ଇମ୍ରାନ ଖାଁ କହିଛନ୍ତି, ସଂପ୍ରତି ତାଲିବାନ ଶାସନାଧିନ ଆଫଗାନିସ୍ତାନରେ ତୁରନ୍ତ ମାନବୀୟ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି। ସେ କହିଥିଲେ, ଆଫଗାନିସ୍ତାନ ସରକାର ମୁଖ୍ୟତଃ ବିଦେଶୀ ସହାୟତା ଉପରେ ନିର୍ଭରଶୀଳ, ଏକଥା ସମସ୍ତେ ମନେରଖିବା ଆବଶ୍ୟକ। ତାଲିବାନ ଯାହା ପ୍ରତିଶ୍ରୁତି ଦେଇଛି ତାହା ସେ ପାଳନ କରିବା ଆବଶ୍ୟକ। ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ଆଫଗାନିସ୍ତାନରେ ପାକିସ୍ତାନର ବିଶେଷ ସ୍ୱାର୍ଥ ରହିଛି ଏବଂ ଏହା ଆଫଗାନିସ୍ତାନକୁ ନିଜର ସମର୍ଥନ ଅବ୍ୟାହତ ରଖିବ।

Comments are closed.