ହୃଦଘାତରେ ଆଇନଜୀବୀଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମର ଆଇନଜୀବୀ ସୁଶାନ୍ତ ମାଝୀ(୫୦)ଙ୍କ ହୃଦଘାତରେ ଗୁରୁବାର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଆଜି ସକାଳେ କୁସଙ୍ଗ ଛକରୁ ସୁଶାନ୍ତ ଚା’ ପିଇବା ପରେ ନିକଟସ୍ଥ ବଡ଼ଯୋର ନାଳକୁ ଗାଧୋଇବାକୁ ଯାଇଥିଲେ। ନାଳରେ ଗାଧୋଇବା ବେଳେ ଚେତାଶୂନ୍ୟ ଅବସ୍ଥାରେ ପଡିଯାଇଥିଲେ। ଖବର ପାଇ ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ପୁରୁଣାକଟକ ମେଡ଼ିକାଲ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ଖବର ପାଇ ହରଭଙ୍ଗା ଓକିଲ ସଂଘ ସମ୍ପାଦକ ରଞ୍ଜିତ ପ୍ରଧାନ, ଆଇନଜୀବୀ ଅଜିତ କୁମାର ବାରିକ, ଦିଲ୍ଲୀପ ପଲ୍ଲିଆ, ହରଭଙ୍ଗା ବ୍ଲକ ଚେୟାରମ୍ୟାନ ତଥା ଆଇନଜୀବୀ ବିଶ୍ୱଜିତ ମିଶ୍ର ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ମୃତ ଆଇନଜୀବୀଙ୍କର ପତ୍ନୀ ଗୀତା, ଏକ ମାତ୍ର ପୁଅ ଏବଂ ଝିଅ ଥିବା ଜଣାପଡିଛି। ଅସହାୟ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇବାକୁ ଦାବି ହେଉଛି।

Comments are closed.