ଆତ୍ମାର କୃଷି ଉପଦେଷ୍ଟା ମଣ୍ଡଳିର ବୈଠକ

ଆଠଗଡ : ଆଠଗଡ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର କୃଷି ଉପଦେଷ୍ଟା ମଣ୍ଡଳିର ଏକ ମାସିକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଆତ୍ମାର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଠଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଫୁଲଚାଷ, କଦଳୀ, ଅଦା, ଓଲୁଅ ଚାଷ ଉପରେ ଆଲୋଚନା କରାଯିବା ସହ କ୍ଷେତ୍ର ପ୍ରଦର୍ଶନ, ବିହନ ପ୍ରସ୍ତୁତି କରଣ, କୀଟନାଶକ ବ୍ୟବହାର ବିଭିନ୍ନ ଯନ୍ତାର ବ୍ୟବହାର ଓ ଜୈବ କୃଷି ଉପରେ ତାଲିମ ଶିବିର, ଗବେଷଣା କେନ୍ଦ୍ର ପରିଭ୍ରମଣ ଉପରେ ଆଲୋଚନା କରାଯିବା ସହ ଏ ଦିଗରେ ପଦକ୍ଷେପ ନେବା ପାଇଁ ଉପଦେଷ୍ଟା ମଣ୍ଡଳି ସଦସ୍ୟ ଗୁରୁତ୍ୱାରୋପ କରିଥିଲେ। ଏଥିରେ ବିଧାୟକଙ୍କ କୃଷି ପ୍ରତିନିଧି ପ୍ରମୋଦ କୁମାର ସେଠୀ, ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର, ସହକାରୀ କୃଷି ଅଧିକାରୀ ସନାତନ ବେହେରା, ଉଠା ଜଳସେଚନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ର, ପ୍ରାଣୀ ସଂପଦ ଅଧିକାରୀ ଡାକ୍ତର ଅନ୍ୱେଷା ଗିତିକା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଧନଞ୍ଜୟ ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆତ୍ମାର ବୈଷୟିକ ପରିଚାଳକ ଅନିଲ କୁମାର ମହାପାତ୍ର ବୈଠକ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.