ବନ୍ଦ ହେବ ଅନ୍‍ଲାଇନରେ ଜୁଆ ଖେଳ ବିଜ୍ଞାପନ

ଡେସ୍କ: ଅନ୍‍ଲାଇନ୍‍ ଜରିଆରେ ଜୁଆ ଖେଳ ଭଳି ବିଷୟକୁ ବିଜ୍ଞାପନ ଆକାରରେ ସ୍ଥାନିତ ନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମ ଗୁଡ଼ିକୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ଦେଶରେ ଥିବା କେତେକ ସମ୍ବାଦ ଭିତ୍ତିକ ୱେବସାଇଟରେ ଜୁଆ ଖେଳ ସମ୍ବନ୍ଧିତ ବିଜ୍ଞାପନ ଦିଆଯାଉଛି। ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ସାଟେଲାଇଟ୍‍ ଟିଭି ଚ୍ୟାନେଲ୍‍ ଏବଂ ଓଟିଟି ପ୍ଲାଟଫର୍ମ ଗୁଡ଼ିକୁ ସତର୍କ କରାଇ ଦିଆଯାଇଛି।

ମନ୍ତ୍ରାଳୟ କହିଛି, ଏହି ଭଳି ବିଜ୍ଞାପନ ଗୁଡ଼ିକ ଦେଶର ବିଭିନ୍ନ ଭାଗରେ ପ୍ରତିବନ୍ଧିତ ଥିବା ବେଳେ ଏହାଦ୍ୱାରା ଲୋକମାନେ ସାମାଜିକ ଏବଂ ଅର୍ଥନୈତିକ କ୍ଷତିର ଶିକାର ହେଉଛନ୍ତି। ବିଶେଷ କରି ଯୁବକ ଏବଂ ପିଲାମାନେ ଏଥିରେ ବେଶି କ୍ଷତିଗ୍ରସ୍ତ ହେଉଥିବା ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି, ବିଭିନ୍ନ ସମ୍ବାଦଭିତ୍ତିକ ଚ୍ୟାନେଲ୍‍ ଏବଂ ଓଟିଟି ପ୍ଲାଟଫର୍ମରେ ଏହିଭଳି ବିଜ୍ଞାପନକୁ ଅଧିକ ଅଗ୍ରାଧିକାର ଦିଆଯାଉଛି। ଚଳିତ ବର୍ଷ ଜୁନ୍‍ ମାସରେ ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଗଣମାଧ୍ୟମକୁ ବିଜ୍ଞାପନ ପ୍ରସାରଣ ନ କରିବାକୁ ଚେତାବନୀ ଦିଆଯାଇଥିଲା।

Comments are closed.