ଆଦିବାସୀଙ୍କ ଜମି ସୁରକ୍ଷା ଆନ୍ଦୋଳନକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଆଦିବାସୀ ସମ୍ପ୍ରଦାୟଙ୍କ ରାଜଭବନ ସମ୍ମୁଖରେ ଜମି ସୁରକ୍ଷା ପାଇଁ ଚାଲିଥିବା ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଆଦିବାସୀଙ୍କ ଏହି ଜମି ସୁରକ୍ଷା ଆନ୍ଦୋଳନକୁ କଂଗ୍ରେସ ସମର୍ଥନ ଜଣାଇଛି।

ଆଜି ଏକ ବିଶାଳ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଆରମ୍ଭ ହୋଇ ଲୋୟର ପିଏମଜି ଓ ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା। ଆଦିବାସୀଙ୍କ ନିଜର ଜମିର ସୁରକ୍ଷା ଏବଂ ହକ୍ ପାଇଁ ବିଶେଷକରି ଓସିଏଲ୍ କର୍ତ୍ତୃପକ୍ଷଙ୍କର ଜୋର ଜବରଦସ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଆଦିବାସୀଙ୍କ ଆନ୍ଦୋଳନକୁ ଦୃଢ ସମର୍ଥନ କରିଥିଲେ। ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ସବୁଦିନ ପାଇଁ ଆପଣମାନଙ୍କ ସାଥୀରେ ଅଛି ଏବଂ ଆପଣମାନଙ୍କ ସବୁ ସମସ୍ୟା ସମ୍ପର୍କରେ ମୁଁ ଜଡ଼ିତ ରହିବି, ସାହାଯ୍ୟ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ।

Comments are closed.