ଆରପାରିରେ ଆଦିତ୍ୟ, ଏପାରିରେ ଝିଅକୁ ମିଳିଗଲା ନିଖୋଜ ମା’

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଦୀର୍ଘ ଦିନ ଧରି ନିଖୋଜ ମାଆକୁ ତାର ଝିଅ ସହ ମିଳାଇବାରେ ସକ୍ଷମ ହୋଇପାରିଛି। ଆଦିତ୍ୟ ମର୍ତ୍ୟରେ ନାହାଁନ୍ତି ସତ କନ୍ତୁ ତାଙ୍କ ମାନବ ପ୍ରେମ ଝଲକ ତାଙ୍କ ବୃଦ୍ଧାଶ୍ରମ ହାପି ହୋମରେ ଦେଖିବାକୁ ମିଳିଛି। ଯାଜପୁର ନିବାସୀ ଇନ୍ଦୁମତି ନାମକ ମହିଳା ପାରିବାରିକ କଳହରୁ ଘର ଛାଡି ବିବାହିତ ଝିଅ ଘରେ ଆଶ୍ରୟ ନେଇଥିଲେ। କିନ୍ତୁ କଣ ହେଲା ଯେ ସେ ସେଠାରେ ବେଶୀ ଦିନ ରହିପାରିଲେନି। ଝିଅ ଘର ଛାଡ଼ି ଭୁବନେଶ୍ବର ପଳାଇ ଆସିବା ପରେ ଆଦିତ୍ୟଙ୍କ ସହ ଭେଟ ହୋଇଥିଲା।

ଆଦିତ୍ୟ ତାଙ୍କ ହାପି ହୋମ ବୃଦ୍ଧାଶ୍ରମରେ ନେଇ ଇନ୍ଦୁମତିଙ୍କୁ ରଖିଥିଲେ। କିନ୍ତୁ ଦୀର୍ଘ ଦିନ ପରେ ଆଦିତ୍ୟ ଦାସଙ୍କ ମୃତ୍ୟୁ ଖବର ନିଖୋଜ ମାଆକୁ ତା ଝିଅ ସହ ମିଳାଇବାରେ ସକ୍ଷମ ହୋଇଛି। ଇନ୍ଦୁମତିଙ୍କ ଝିଅ ବୃଦ୍ଧା ଶ୍ରମରେ ପହଞ୍ଚି ତାଙ୍କ ମାଆକୁ ସାଥିରେ ନେଇଛନ୍ତି।

Comments are closed.